ଯାତ୍ରା ମାଲିକଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, ଅଭିଯୋଗକୁ ଖଣ୍ଡନ କଲେ ଯାତ୍ରା ମାଲିକ

add-all

ଭୁବନେଶ୍ୱର/ ଯାଜପୁର : ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ । ତୁଳସୀ ଗଣନାଥ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ସାଂଘାତିକ ଅଭିଯୋଗ । ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ରାଜି ନହେବାରୁ ଆଖଡ଼ାରୁ ବାହାର କରିଥିଲେ ନାଣ୍ଡୁବାବୁ । ଦୁଇ ଦିନର ରିହରସାଲ ପରେ ତୃତୀୟ ଦିନ ଖେଳ ଆରମ୍ଭ ହୋଇଥିଲା ବୋଲି କାନ୍ଦିକାନ୍ଦି କହିଛନ୍ତି ଅଭିନେତ୍ରୀ ପୂଜା। ତାଙ୍କୁ ବଦନାମ ଗଳିର ବାଦଶାହ ବୋଲି କହିଛନ୍ତି ପୂଜା।

ସେପଟେ ଯାତ୍ରା ଅଭିନେତ୍ରୀ ପୂଜା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । କହିଛନ୍ତି, ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ବର୍ଷକ ତଳେ ପୂଜା ୪ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନଫେରାଇବାରୁ ମୁଁ ଆଇନର ଆଶ୍ରୟ ନେଇଛି । ଟଙ୍କା ପାଇଁ ଏସବୁ ନାଟକ କରାଯାଉଛି ବୋଲି ଅନନ୍ତ ନାରାୟଣ ଧଳ କହିଛନ୍ତି ।

ad-week
Leave A Reply

Your email address will not be published.