ଗୋରୁ ବୋଝେଇ ଗାଡ଼ି ଜବତ, ୪ ଗୋରୁ ଉଦ୍ଧାର- ଜଣେ ଗିରଫ

youtube

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ଶୁକ୍ରବାର ଭୋର ସମୟରେ ସ୍ଥାନୀୟ ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜେଏମଏଫସି ନ୍ୟାୟାଳୟ ନିକଟରୁ ଏକ ଗୋରୁ ବୋଝେଇ ଟାଟା ଏସିଇ(ଓଡ଼ି୦୭ ଜି ୬୩୩୪)କୁ ହିଞ୍ଜିଳି ପୁଲିସ ଜବତ କରିଛି । ଗୋଚାଲାଣକାରୀ ଜଣଙ୍କୁ ଗିରଫ କରିଥିବା ବେଳେ ପୁଲିସ୍ ଟିମକୁ ଦେଖି ଘଟଣା ସ୍ଥଳରୁ ଗାଡି ଚାଳକ ଚମ୍ପଟ ମାରିଥିଲେ । ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମର ଚିତ୍ର ମହାନ୍ତି (୪୦) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୪୩୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଉଦ୍ଧାର ୪ ଗୋରୁକୁ ମହୁଡା ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇ ଆସୁଥିଲା । ସ୍ଥାନୀୟ ପୌରାଞ୍ଚଳ ନିୟନ୍ତ୍ରିତ ବଜାର ପରିସରରେ ଗୋରୁ ହାଟ ବସୁଥିଲା । ନିୟନ୍ତ୍ରିତ ବଜାର ପରିସରରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥାପିତ ହେବା ପରେ ସ୍ଥାନୀୟ ବ୍ଳକ ରାଳବ ଗ୍ରାମକୁ ଗୋରୁ ହାଟ ସ୍ଥାନାନ୍ତରିତ କରଯାଇଥିଲା । ଗତ କିଛି ବର୍ଷ ପୂର୍ବେ ଗାଇଗୋରୁଙ୍କ ଦେହରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖା ଯିବା ପରେ ସ୍ଥାନୀୟ ଅଞ୍ଚଳରୁ ଗୋରୁ ହାଟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । ଗୋରୁ ହାଟ ବନ୍ଦ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଗୋ ଦଲାଲ ସକ୍ରିୟ ହେବା ସହ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ବୁଲି ଗାଇଗୋରୁ ମାନଙ୍କୁ କିଣି ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କଲିକତା ଅଞ୍ଚଳକୁ ଗୋମାସଂ ସକାଶେ ରପ୍ତାନି କରାଯାଉଥିବା ଜଣାପଡ଼ିଛି । ଶୁକ୍ରବାର ଭୋରରେ ଜଣେ ଗୋଦଲାଲ ସ୍ଥାନୀୟ ଅଞ୍ଚଳର ନିରିହ ଗୋପାଳକ ମାନଙ୍କୁ ପ୍ରଲୋଭିତ କରାଇ ୪ଟି ଗୋରକୁ କିଣି କାଞ୍ଚିଲି ଅଭିମୁଖେ ନେଉଥିଲେ । କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ରଶ୍ମିରଞ୍ଜନ ସାମଲ, ଏଏସଆଇ ବୈକୁଣ୍ଠନାଥ ଜେନା, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ଜେଏମଏଫସି ନ୍ୟାୟାଳୟ ନିକଟରୁ ଗୋଚାଲାଣ ହେଉଥିବା ଗାଡ଼ିକୁ ଜବତ କରିଥିଲେ । ସଂପୃକ୍ତ ଗୋଦଲାଲ ଜଣଙ୍କ ଟାଟା ଏସିଇ ଗାଡିରେ ଅମାନୁଷିକ ଭାବେ ୪ ଗୋରୁକୁ ବୋଝେଇ କରି କାଞ୍ଚିଲି ଅଭିମୁଖେ ନେଉଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଲିସ ପ୍ରଶାସନ ପକ୍ଷରୁ ଗୋ ଚାଲାଣ ଉପରେ ଚଢାଉ କରାଯିବା ପରେ ସ୍ଥାନୀୟ ଅଞ୍ଚଳର ଗୋ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଚଢାଉ ଜାରି ରହିବା ସହ ଗୋ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ସେଠି କହିଛନ୍ତି ।

Leave A Reply

Your email address will not be published.