ବ୍ଲକ ସମିତି ବୈଠକ ବର୍ଜନ ସହ ପ୍ରଶାସନ ବିରୋଧରେ ଗର୍ଜିଲେ ସରପଞ୍ଚ ଓ ସମିତି ମେମ୍ବର

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବାର ଦୁଇ ମାସ ବିତିବାକୁ ବସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ ଅନାସ୍ଥା ଭୋଟ ଗ୍ରହଣ ପାଇଁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ପୁଣି ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏକତ୍ରୀତ ହୋଇ ପ୍ରସାଶନ ବିରୋଧରେ ଗର୍ଜିଛନ୍ତି । ଏଥିପାଇଁ ଶୁକ୍ରବାର ଦିନ ପଡିଆ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସମିତି ବୈଠକକୁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ବିରୋଧ କରି ସଭା ବର୍ଜନ କରିବା ସହ ବ୍ଲକ ସମ୍ମୁଖରେ ପ୍ରସାଶନ ବିରୋଧରେ ଗର୍ଜିଛନ୍ତି ସମସ୍ତ୍ ଜନପ୍ରତିନିଧି। ଶୁକ୍ରବାର ସକାଳୁ ବ୍ଲକ ସମ୍ମିଳନୀ କକ୍ଷରେ ଚଳିତ ରୁତୁ ପାଇଁ ସମିତି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏ ନେଇ ସୂଚନା ପାଇ ସମସ୍ତ ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ମାନେ ନିଜର ସମର୍ଥକଙ୍କ ସହ ପଡ଼ିଆ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ପ୍ରଶାସନ ଓ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ନାରା ଦେଇଛନ୍ତି। ଏଥିସହ ଗତ ପ୍ରାୟ ଏକ ମାସରୁ ଅଧିକ ସମୟ ବିତି ଯାଇଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଶିଥିଳତା ଭାବ ପ୍ରକାଶ କରାଯାଇ ସରକାରଙ୍କ ଦଳଗତ ଇସାରାରେ କାମ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ ବିଭିନ୍ନ ସମୟରେ ନିଜର କ୍ଷମତାର ଦୂରୁପଯୋଗ କରି ସମିତି ମେମ୍ବରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ଦୁର୍ନୀତିରେ ଲିପ୍ତ ହେବା, ଫାଇଲରେ କାଉଣ୍ଟର ଦସ୍ତଖତ ବେଳେ ଅର୍ଥଦାବୀ କରିବା ଭଳି ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ପଡିଆ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ତେବେ ଏହାରି ମଧ୍ୟରେ ଦୁଇ ମାସ ବିତିବାକୁ ଯାଉଥିବା ବେଳେ ପ୍ରସାଶନ ପକ୍ଷ୍ୟରୁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଇ ବିଭିନ୍ନ ଆଳ ଦେଖାଉଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ହେବାକୁ ଥିବା ସମିତି ବୈଠକକୁ ବର୍ଜନ କରି, ତୁରନ୍ତ ଅନାସ୍ଥା ପ୍ରସ୍ତାବ ଉପରେ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସରପଞ୍ଚ ଓ ସମିତି ମେମ୍ବର ମାନେ ସମସ୍ତ୍ ସରକାରୀ ବୈଠକକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଗ୍ରାମାଞ୍ଚଳରେ ଆବଶ୍ୟକ ରହିଥିବା ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ଦିଗରେ ଜନ ପ୍ରତିନିଧିଙ୍କ ସହମତି ନିମନ୍ତେ ଡକାଇଥିଲା ବେଳେ ଏଭଳି ସ୍ଥିତି ରହିଲେ ଉନ୍ନୟନ ମୂଳକ କାମ ପ୍ରଭାବିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.