ପରକୀୟା ପ୍ରୀତିର ସନ୍ଦେହରେ ଫରେଷ୍ଟରଙ୍କୁ ପୋଡ଼ି ମାରିଦେଲେ ପତ୍ନୀ ଓ ପୁଅ…

ପତ୍ନୀ ଓ ପୁଅ କୁ ଗିରଫ କଲା ପୋଲିସ…

add-all


ନୟାଗଡ଼: ନୟାଗଡ଼ ସହରର ବାରମାସୀ ଦଣ୍ଡା ଅଞ୍ଚଳରେ ନିଜ ଘରୁ ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଛି । ଶିକାରୀ ମୃତ୍ୟୁ ଘଟଣା ସହିତ ଏହି ଘଟଣାର କଣ ସମ୍ପର୍କ ରହିଛି ଏହାର ଛାନଭିନ୍ କରୁଛି ନୟାଗଡ଼ ଟାଉନ ଥାନା ପୋଲିସ ।ମୃତ ଫରେଷ୍ଟର ଙ୍କ ଘର ମାନପୁର ହୋଇଥିବା ବେଳେ ସେ ନୟାଗଡ ବାରମାସୀ ଦଣ୍ଡା ଅଞ୍ଚଳରେ ଘରକରି ନିଜ ସ୍ତ୍ରୀ ନାମିତ ଓ ପୁଅ ଅଭିଷେକ କୁ ନେଇ ରହୁଥିଲେ। ହଠାତ୍ ଶୁକ୍ରବାର ରାତିରେ ଘରେ ନିଆଁ ଲାଗିଥିବା କଥା ନମିତା ଘର ବାହାରକୁ ଆସି ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଅଗ୍ନିଶମ କର୍ମଚାରୀମାନେ ଘରର ବେଡ଼ରୁମରେ ଶିଶିର ଜଳୁଥିବା ଦେଖି ନିଆଁ ଲିଭାଇଥିଲେ। ଘରେ ଲାଗିଥିବା ନିଆଁରେ ନମିତା ସାମାନ୍ୟ ଆହତ ହୋଇଥିବା ବେଳେ ଅଭିଷେକ ର କୌଣସି କ୍ଷତି ହୋଇନଥିବା କଥା ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି । ଘରେ ଥିବା ଏକ ସ୍କୁଟି ଓ କିଛି ଆସବାବ ପତ୍ର ପୋଡିଯାଇଛି ।ତେବେ ନିଆଁ କିପରି ଲାଗିଲା ଓ ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
ମୃତ ଫରେଷ୍ଟରଙ୍କ ଭାଇ ଶରତ ଚନ୍ଦ୍ର ସାହୁ ନୟାଗଡ଼ ଟାଉନ ଥାନାରେ ଏତଲା ଦେଇ କହିଛନ୍ତି ଯେ ମୋର ଭାଇବୋହୁ ଓ ପୁତୁରା ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ସୂଚନା ଥାଉକି ଶିଶିର ଗତ ୬ ବର୍ଷହେବ ଗଣିଆରେ ଥିବାବେଳେ ଜଣେ ମହିଳା ଫରେଷ୍ଟଗାର୍ଡଙ୍କ ସହିତ ସମ୍ପର୍କ ରେ ଥିଲେ ।ଏହା ପରଠାରୁ ଏହି ମହିଳା ଫରେଷ୍ଟ ଗର୍ଡଙ୍କୁନେଇ ମୃତ ଫରେଷ୍ଟରଙ୍କ ଘରେ ବିବାଦ ସୃଷ୍ଟି ହୋଇଥିଲା । ଏବଂ ତିକ୍ତତା ଲାଗି ରହି ଥିଲା ତେଣୁ ଶିଶିର ଙ୍କ ଭାଇ ନିଜ ଭାଇ ବହୁ ଏବଂ ପୁତୁରା ତାଙ୍କ ଭାଇକୁ ଅତି ଚତୁରତା ସହିତ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଭିଯୋଗ କୁ ଆଧାର କରି ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟ ଏହି ଘଟଣାର ତଦନ୍ତ କରି କହିଛନ୍ତି ଯେ ମୃତ ଶିଶିର ସାହୁଙ୍କ ପତ୍ନୀ ଓ ପୁଅ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ପୋଡ଼ି ମରିବା ଯେଉଁ ନାଟକ ରଚନା କରିଥିଲେ ତାହା ମିଛ।ସେମାନେ ପ୍ରକୃତରେ ପେଟ୍ରୋଲ ପକାଇ ପୋଡ଼ି ହତ୍ୟା କରିଥିବାର ସ୍ବୀକାର କରିଛନ୍ତି। ଏହି ଘଟଣାରେ ପୋଲିସ ମାଆ ଓ ପୁଅକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.