

ନୟାଗଡ଼: ଚିକିତ୍ସା ଅବହେଳାରୁ ପ୍ରସବ କରି ନପାରି ଗର୍ଭବତୀ ମହିଳା ଏବଂ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ମେଡିକାଲ ପରିସରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା । ମୃତକ ଜଣକ ବାଲୁଗାଁ ଅଞ୍ଚଳର ସଞ୍ଜୟ ସ୍ୱାଇଁଙ୍କ ପତ୍ନୀ ମମତା ସ୍ୱାଇଁ ବୋଲି ଜଣା ପଡିଛି।ଡାକ୍ତର ଓ ନର୍ସଙ୍କ ଚରମ ଅବହେଳା ଯୋଗୁଁ ଏହି ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ମେଡିକାଲ ରେ ଉତ୍ତେଜନା ସୃଷ୍ଟି ହୋଇଛି l ସୂଚନା ଥାଉକି ନୟାଗଡ ଜିଲ୍ଲାର ଚିକିତ୍ସା ଅବସ୍ଥା ଦିନକୁ ଦିନ ଭୁଶୁଡି ଗଲାଣି l ବିନା ଡାକ୍ତର ରେ ମଧ୍ୟ ଚିକିତ୍ସା ଚାଲୁଛି ବୋଲି ଅନେକ ଅଭିଯୋଗ ଆସିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଚୁପ ବସିଛି ଜଦି ଜିଲ୍ଲା ମୁଖ୍ୟାଳୟ ରେ ଏହିପରି ଅବସ୍ଥା ତେବେ ଅନ୍ୟ ମେଡିକାଲ ର ଅବସ୍ଥା କଣ ଥିବ? ରୋଗୀ କିପରି ପାଉଥିବେ ସେବା..? ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହୋଇଛି l