ବନ୍ଦୀ ମାନଙ୍କ ପାଇଁ ଏବେ ଜେଲ ପାଲଟିଛି ହୋଲିଡ଼େ ହୋମ…….!

youtube

ଏଠାରୁ ହେଉଛି ସବୁ ଅପରାଧ ନେଟୱାର୍କ ରେ ବ୍ଲୁପ୍ରିଣ୍ଟ ……!


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଜେଲ ଏବେ ଅପରଧତତ୍ତ୍ୱ ମାନଙ୍କ ପାଇଁ ହୋଲିଡ଼େ ହୋମ ପାଲଟିଛି। ଭାଇମାନଙ୍କୁ ଜେଲ ଭିତରେ ବି ମୌଜ ମଜଲିଶ କରିବାର ସୁଯୋଗ ମିଳୁଥିବାର ନଜିର ରହିଛି। ଭଲ ଖାନା ସାଙ୍ଗକୁ ମାଦକ ଦ୍ରବ୍ୟ ସହିତ ସବୁ ପ୍ରକାର ସୁଭିଧା ମିଳୁଥିବା କିଛି ଜେଲ ଫେରନ୍ତା ଙ୍କ ଠାରୁ ଶୁଣିବାକୁ ମିଳୁଛି l ଖୁଲାମ ଖୁଲା ଭାବେ ଆଗ ଧାଡ଼ିର ଭାଇ ମାନଙ୍କ ପାଖରେ ମୋବାଇଲର ବି ସୁବିଧା ରହିଛି। ଅନେକ ଥର ବ୍ରହ୍ମପୁର ଓ ଆସିକାର ସଵ ଜେଲରେ ମାଦକ ଦ୍ରବ୍ୟ ସାଙ୍ଗକୁ ମୋବାଇଲ ଜବତ ହୋଇଛି। ଏବେ ଅପରାଧ ତତ୍ତ୍ୱ ମାନେ ବାହାରେ ରହିଲେ ପୋଲିସ ପାଇଁ ମୁଣ୍ଡ ବ୍ୟଥା ଭିତରେ ରହିଲେ ଜେଲର ପାଇଁ ମୁଣ୍ଡ ବ୍ୟଥା ହେଉଥିବା ଦେଖିବାକୁ ମିଳୁଛି।ଜେଲରେ ରହି ଦାଦାବଟି ମାଗିବା ସାଙ୍ଗକୁ ସୁପାରୀ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଯାହାକୁ ଚାହିଁବେ ତାହାକୁ ଅନାୟାସ ରେ ନିଜର ସହଯୋଗୀଙ୍କ ଦ୍ୱାରା ହତ୍ୟା କରିବା ବି ନଜିର ରହିଛି। ଯେତେବଡ଼ ଅପରାଧ ସେତେ ଜଲଦି ବାହାରକୁ ଆସୁଥିବା ଯୋଗୁଁ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜେଲ ରୁ ନେଟୱାର୍କ ଚାଲୁଥିବା ଯୋଗୁଁ ପୋଲିସ ବି ଅପରାଧି ମାନଙ୍କ କାର୍ଯ୍ୟକଳାପ ର ଠୋସ ପାଇପାରୁନାହିଁ। ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ଦାଦା ବଟି ସାଙ୍ଗକୁ ଆଇନ ଶୃଙ୍ଖଳା ଦିଗରେ ସୁଧାର ଆସୁନାହିଁ। ବଡ଼ ବଡ଼ ଭାଇ ମାନେ ବେଲରେ ଆସି ଜେଲ ରେ ଥିବା ନିଜର ସାଥି ମାନଙ୍କୁ ସବୁ ପ୍ରକାର ଆର୍ଥିକ ସହଯୋଗ କରି ସେମାନଙ୍କ ସ୍ୱାର୍ଥ ସାଧନ କରୁଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜେଲେରେ ସବୁ ପ୍ରକାର ସୁବିଧା ମିଳୁଥିବା ଯୋଗୁଁ ଏବେ ଜେଲ ଅପରାଧି ମାନଙ୍କ ପାଇଁ ହୋଲିଡ଼େ ହୋମ ପାଲଟିଛି। ତଳ ଦିନେ ବ୍ରହ୍ମପୁର, ଆସିକା ଏବଂ ଛତ୍ରପୁର ଜେଲ ରେ ଚଢ଼ାଉ ହୋଇଥିଲା ଏବଂ ସେଠାରୁ ଅନେକ ଆପତ୍ତି ଜନକ ସାମଗ୍ରୀ ବି ଜବତ ହୋଇଛି l ତଳ ଦିନେ ଜେଲ ନା ଶୁଣିଲେ ମନରେ ଭୟ ଓ ଶଙ୍କା ଆସୁଥିଲା କିନ୍ତୁ ଏବେ ଏହା ଚିତ୍ତ ବିନୋଦକାରୀ ସ୍ଥାନ ପାଲୋଟି ଗଲାଣି ବୋଲି ଅଭିଯୋଗ ଆସୁଛି l ଅପରାଧୀ ମାନେ ଏଠାରେ ରହି ନିଜ ନେଟ ୱାର୍କ ଚଲାଉଛନ୍ତି ଯାହାଫଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି, ପୋଲିସ ଅପରାଧୀ ମାନଙ୍କୁ ଧରିବାକୁ କେତେ ପରିଶ୍ରମ କରୁଛି କିନ୍ତୁ ଅପରାଧୀ ମାନେ ଜେଲ କୁ ଯେମିତି ଆରାମ କରିବାକୁ ଆସିଛନ୍ତି ମନେ ହେଉଛି l ଏଠାରୁ ସୁରୁକ୍ଷିତ ସ୍ଥାନ ଆଉ କଣ ହୋଇପାରେ ତେଣୁ ଅପରାଧୀ ମାନଙ୍କୁ ଜେଲ ପ୍ରତି ଭୟ ଆଉ ନାହିଁ l ବ୍ରହ୍ମପୁର, ଆସିକା ଜେଲ ଏବେ ଅପରାଧୀ ମାନଙ୍କ ହୋଲିଡ଼େ ହୋମ ପଲୋଟିଛି

.

Leave A Reply

Your email address will not be published.