ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିର ଜମି ଲିଜ ଘଟଣା: ବିଧାନସଭା ରେ ପ୍ରଶ୍ନ କରିବା ପରେ ବିଧାୟକ ଚୁପ ……!

ଲିଜ ପରେ ବି ଦିଆ ଯାଇଛି ସବଲିଜ…!

ଏହି ଜମି ଲିଜ ପରେ ନେତା ଠାରୁ ବାବୁ ମାନେ ମାଲାମାଲ….!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ଏକ ସମବାୟ ନଗରୀ ଭାବେ ପୂର୍ବରୁ ପରିଚୟ ରହିଆସିଛି। ଆସିକା ଅଞ୍ଚଳରେ ଥିବା ବହୁ ସମବାୟ ଅନୁଷ୍ଠାନ ଗୋଟେ ପରେ ଗୋଟେ ବନ୍ଦ ହୋଇ ଯାଇଛି। ରାଜନୈତିକ ନେତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ବହୁ ଅନୁଷ୍ଠାନ ଆସିକାରୁ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସ୍ଥାନ୍ତାରିତ ହୋଇ ଯାଇଛି। ଗତ ସରକାର ସମୟରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି (ACMPCS) ର ବହୁ ମୂଲ୍ୟବାନ ଓ ଚାଷୀଙ୍କ ହିତ ପାଇଁ ଥିବା ଜମିକୁ ଅତି ତରବରିଆ ଭାବେ ତତ୍କାଳୀନ ଜିଲ୍ଲାପାଳ ୯୯ ବର୍ଷିଆ ପାଇଁ ଲିଜ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆସିକା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ତରଙ୍ଗିନୀ ଲେର ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ମାତ୍ର ୨ କୋଟି ୬୨ ଲକ୍ଷ ଟଙ୍କାରେ ୯୯ ବର୍ଷ ପାଇଁ ଲିଜ ରେ ସୂତ୍ରରେ ଦିଆଯାଇଛି। ଉକ୍ତ ସଂସ୍ଥାର ହାତକୁ ବହୁ ମୂଲ୍ୟବାନ ଜମି ଟେକିଦେବା ପରେ ସେଠାରେ ଦୀର୍ଘ ଦଶନ୍ଧି ଧରି ବସବାସ କରିଆସୁଥିବା ଗରିବ ଲୋକଙ୍କୁ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ଦେଇଥିବା ଅଭିଯୋଗ ହୋଇଥିଲା।

ACMPCS ର କେଉଁ ପରିସ୍ଥିତିରେ କେଉଁ ଉଦେଶ୍ୟ ରେ ବହୁ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ଏକ ସଂସ୍ଥାକୁ ଟେକି ଦିଆଗଲା ବୋଲି ସମବାୟ ପ୍ରେମୀ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଉକ୍ତ ଲିଜ ନେଇଥିବା ଜମିରେ ସଵ ଲିଜ ଭାବେ ଏକ ମୋଲ କୁ ଦିଆଯାଇଥିବା ଜଣା ପଡିଛି। ଗତ ୨୧.୮.୨୦୨୪ ରେ ଆସିକା ବିଧାୟକ ଜମି ଲିଜ ଦେବା ସମ୍ପର୍କ ରେ ବିଧାନସଭା ରେ ପ୍ରଶ୍ନ ଉଠାଇଥିଲେ। ପରବର୍ତ୍ତୀ ସମୟରେ ବିଧାୟକ ଓ ଅନ୍ୟ ମାନଙ୍କୁ ଏହାର ତଦନ୍ତ ନକିରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଚର୍ଚ୍ଚା ହେଉଛି। ବୋଧେ କିଛି ଭିତିରିଆ ବୁଝାମଣା ହୋଇଗଲା ବୋଲି ବର୍ତ୍ତମାନ ଖଟିରେ ଚର୍ଚ୍ଚା ଜୋର ଧରିଛି l କ୍ରମଶଃ…..

ad-week
Leave A Reply

Your email address will not be published.