ନିୟୋଜନ ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀ ମନସ୍ବୀ ସେଠୀଙ୍କୁ ନିରାଡମ୍ବର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ସ୍ଥାନୀୟ ଆଓମା ଗୁରୁକୂଳ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଯୋଗ ଦେଇଥିବା ବେଳେ ଆତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମି ରଂଜନ ସେନାପତି,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି,ଉପେନ୍ଦ୍ର ଦୀପ,ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା,ଆଇପିଓ ଶୁଭଶ୍ରୀ ଦଣ୍ଡପାଟ,ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁ,ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର,ସମାଜସେବୀ ବିକ୍ରମ ପାଢୀ,ବିନାଶ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନସ୍ବୀ ସେଠୀ ଜିଲ୍ଲାର ବିକାଶରେ ଏବଂ ଯୁବ ସମାଜ କିପରି କର୍ମକ୍ଷେତ୍ରରେ ନିୟୋଜନ ହୋଇପାରିବେ ସେନେଇ ତାଂକ ପ୍ରଚେଷ୍ଟାକୁ ଭୃୟସୀ ପ୍ରଶଂସା କରାଯାଇଥିଲା। ଆଓମା ଗୁରୁକୂଳରେ ରହୁଥିବା ଅନାଥ ଶିଶୁମାନଙ୍କ ସହ ଶ୍ରୀ ସେଠୀ କିଛି ସମୟ କଟାଇବା ସହ କିପରି ସେମାନେ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ସେନେଇ ବହୁ ଉପଦେଶ ଦେଇଥିଲେ।

ad-week
Leave A Reply

Your email address will not be published.