ଦୈନିକ କରୋନା ପଜିଟିଭ ସଂଖ୍ୟା ୪ ହଜାର ଟପିଲା: ତାଲିକାରେ ଶୀର୍ଷରେ କେରଳ

add-all

ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ। ଦୈନିକ ୧ ହଜାରରୁ ଅଧିକ ପିଜିଟିଭ୍ ଚିହ୍ନଟ ହେଉଛନ୍ତି। ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। 

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ଡ୍ୟାସବୋର୍ଡ ସୂଚନା ଅନୁଯାୟୀ, ଦିନକରେ ୪୦୨୬ କରୋନା ପଜିଟିଭ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟ ଅପେକ୍ଷା କେରଳ ଏବେ ବି ତାଲିକାର ଶୀର୍ଷରେ ରହିଛି। କେରଳରେ ପୁଣି ୧୭୧ ନୂଆ କୋଭିଡ୍ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ସଂଖ୍ୟା ୧୪୧୬ରେ ପହଞ୍ଚିଛି।   

ରାଜଧାନୀ ଦିଲ୍ଲୀରେ କୋଭିଡ୍ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଦିନକରେ ଦିଲ୍ଲୀରେ ୧୨୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସକ୍ରିୟ ସଂଖ୍ୟା ୩୯୩କୁ ବୃଦ୍ଧି ପାଇଛି। ସେହିପରି ମହାରାଷ୍ଟ୍ରରେ ୬୯ ନୂଆ ପିଜିଟିଭ୍ ଚିହ୍ନ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪୯୪କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ୧୧ ନୂଆ କରୋନା ପଜିଟିଭ ରେକର୍ଡ ହୋଇଛି। ଫଳରେ ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି।

ଦେଶରେ ବଢ଼ୁଥିବା କରୋନା ସଂଖ୍ୟାକୁ ନେଇ ଆସ୍ୱସ୍ତିକର କଥା ହେଲା ଏହି ନୂଆ ଭାଇରସ ସେତେଟା ମାରାତ୍ମକ ନୁହେଁ ବୋଲି କୁହାଯାଉଛି।  ICMR ନିର୍ଦ୍ଦେଶକ ଜେନେରାଲ ରାଜୀବ ବେହଲ ସୋମବାର ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଏବଂ ପଶ୍ଚିମ ଭାରତରେ ନିଆଯାଇଥିବା ନମୁନାର ଜିନୋମ୍ ସିକୁଏନ୍ସ ଓମିକ୍ରନର ଉପ-ପ୍ରକାର ଦ୍ୱାରା ପ୍ରଭାବିତ ହେଉଛି। ଏହି ଭ୍ୟାରିଏଣ୍ଟକୁ ସେତେଟା ବିପଦପ୍ରବଣ ବୋଲି କ୍ୟାଟାଗୋରୀ କରାଯାଇ ନାହିଁ। 

ad-week
Leave A Reply

Your email address will not be published.