
ମାଲକାନଗିରି, ୪/୬ ଟିପର ଧକ୍କା ରେ ବାଇକ ଆରୋହୀ ଜଣେ ଯୁବକ ର ଘଟଣା ସ୍ଥଳ ରେ ମୃତଘଟି ଥିବା ବେଳେ , ଘଟଣା ସ୍ଥଳ ରେ ଚାପା ଉତେଜନା ଦେଖା ଦେଇଥିଲା, ଆଜି ସକାଳେ ମାଲକାନଗିରି କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ହସ୍ପିଟାଲ ସମ୍ମୁଖ ରେ ଟିପର ବାଇକ ଆରୋହୀ କୁ ଧକା ଦେଇ ଛାତି ଉପରେ ଚକ ଚଢ଼ି ଯିବାରୁ ଘଟଣା ସ୍ଥଳ ରେ ହିଁ ବାଇକ ଆରୋହୀ ର ମୃତ୍ୟୁ ଘଟିଛି।ମୃତକ ଙ୍କ ନିଜ ଘର ଏମଭି ୨୨ ଗ୍ରାମରେ ହୋଇଥିବା ବେଳେ ତାଙ୍କ ନାମ କ୍ରିଷ୍ଣାପଦ ସରକାର(୪୨)।ତାଙ୍କ ପରିବାରରେ ଛୋଟ ୨ଟି ପୁଅ, ଗୋଟିଏ ଝିଅ ରହିଛନ୍ତି । ସେ ଠିକାଦାର କାର୍ଯ୍ୟ କରନ୍ତି
ସେ ଜିଲ୍ଲା ହସ୍ପିଟଲ ନିକଟ କଲୋନୀ ରେ ରହୁଥିଲେ, ଆଜି ସକାଳେ ଘରୁ ବଜାର କୁ ପରିବା ପାଇଁ ବାଇକ ଯୋଗେ ଯାଉଥିବା ବେଳେ କାଲିମେଳା ଆଡୁ ଦୃତ ଗତି ରେ ଆସୁଥିବା ଥିବା ଏକ ଟିପର ଗାଡି ଧକ୍କା ଦେଇଥିଲା, ସେ ଛିଟିକି ଯାଇ ଚକ ତଳେ ପଡିଯାଇଥିଲେ, ଚକ ତାଙ୍କ ଛାତି ଉପରେ ଚଡି ଯାଇଥିଲା, ସଙ୍ଗେ ସଙ୍ଗେ ନିଜଟସ୍ଥ ଲୋକେ ହସ୍ପିଟାଲ କୁ ନେଇ ଯାଇଥିଲେ, ହସ୍ପିଟାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ,ଘଟଣା ସ୍ଥଳ ରେ କିଛି ସମୟ ଚାପାଉତେଜନା ପ୍ରକାଶ ପାଇଥିଲା, ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳ ରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି । ପୁଲିସ ଦୁର୍ଘଟଣା ଘଟାଇ ଥିବା ଟିପର ଜବତ କରି ଡ୍ରାଇଭର କୁ ଗିରଫ କରିଥିବାର ଜଣା ପଡିଛି। ସୂଚନା ଯୋଗ୍ୟ ଯେ ଜିଲ୍ଲା ହସ୍ପିଟାଲ ସମ୍ମୁଖ ରେ ୩୨୬ ନମ୍ବର ଜାତୀୟ ରାଜ ପଥ ଯାଇଛି, ହସ୍ପିଟାଲ କୁ ଲାଗି ଦୁଇ ପାର୍ଶ୍ଵ ରେ କଲୋନୀ, ଆର ଏମ ସି କାର୍ଯ୍ୟଳୟ ଥିଲେ ମଧ୍ୟ ଟ୍ରାଫିକ ପୋଷ୍ଟ ଟିଏ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖିବା କୁ ମିଳୁଛି, ହସ୍ପିଟାଲ ଛକ ରେ ଟ୍ରାଫିକ ପୋଷ୍ଟ ଟିଏ କରିବା ପାଇଁ ସର୍ବସାଦରଣ ରେ ଦାବି ହେଉଛି। ଶ୍ରୀ ସରକାର ଙ୍କର ମୃତ୍ୟୁ ଖବର ପାଇ ମାଲକାନଗିରି ସହର ରେ ଶୋକା ର ଛାୟା ଖେଳି ଯାଇଛି।ଜିଲ୍ଲା ଠିକାଦାର ସଂଘ ର କର୍ମକର୍ତ୍ତା ଇ ଅନ୍ୟ ମାନେ ହସ୍ପିଟାଲ ରେ ପହଁଚି ଶୋକ ପ୍ରକାଶ ସହିତ ଶୋକ ସନ୍ତ ପ ପରିବାର କୁ ସମବେଦନା ଜଣାଇଛନ୍ତି ।