
ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ ଛତ୍ରପୁର ସିଭିଲ କୋର୍ଟ ର ଜଜ୍ ପୂଜା ଦେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥିମାନଙ୍କ ମଧ୍ଯରେ ଜଜ୍ ସ୍ବାଗତିକା ସ୍ବାଇଁ ଉପସ୍ଥିତ ରହି ପରିବେଶ ଦିବସ ପାଳନ ର ମୁଖ୍ଯ ଆଭିମୁଖ୍ଯ ଉପସ୍ଥାପନା କରିଥିଲେ। ଲିଗାଲ୍ ସେଲର ସଦସ୍ଯ ଆଡଭୋକେଟ ମନୋଜ କୁମାର ପାଢୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।

ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରଥିଲେ। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ବର୍ତ୍ତମାନ ପରିସ୍ଥିତିରେ ପରିବେଶ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତାର ମାର୍ଗଦର୍ଶନ କରିଥିଲେ।ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ଯ ଅତିଥିଙ୍କ ଦ୍ବାରା ବିଦ୍ୟାଳୟର ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ NCC,ସ୍କାଉଟ, ଗାଇଡ୍ସ ଶିଶୁମାନଙ୍କ ସହିତ ପରିଚାଳନା କମିଟିର ଉପ ସଭାପତି ଓ ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା ଯୋଗଦେଇଥିଲେ।