ବିଶିଷ୍ଟ ପରିବେଶବିତ ମେଧା ପାଟକାରଙ୍କୁ ପୋଲିସର ଅଟକ କୁ ମାନବ ଅଧିକାର ସୁରକ୍ଷା ମଞ୍ଚର ନିନ୍ଦା…

youtube

ବ୍ରହ୍ମପୁର, ତା. ୫. ୬.୨୦୨୫ରିଖ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ବିଶିଷ୍ଟ ପରିବେଶବିତ ତଥା ସାମାଜିକ କର୍ମୀ ମେଧା ପାଟକରଙ୍କୁ ଆଜି ରାୟଗଡା ରେଳଷ୍ଟେସନରେ ଦୀର୍ଘ ସମୟ ଅଟକ ରଖିବାକୁ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ ନିନ୍ଦା କରିଛି l ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡାର କାଶୀପୁର ଠାରେ ଏକ ସଭାରେ ଯୋଗ ଦେବାକୁ ଆସିଥିଲେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକର, କିନ୍ତୁ ରାୟଗଡା ଜିଲ୍ଲାର କୌଣସି ସ୍ଥାନରେ ସଭା ସମିତି ତଥା କୌଣସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଶାସନ କଟକଣା ଜାହିର କରିଛି l ଆଜି ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୋଲିସ ତାଙ୍କୁ ଅଟକାଇଛି l ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ମାନବିକ ଅଧିକାରର ଉଲ୍ଲଂଘନ ଅଟେ l ଓଡିଶାର ଜମି, ଜଳ, ଜଙ୍ଗଲ,ଖଣିକୁ କମ୍ପାନୀ ହାତକୁ ଟେକିଦେବା ପାଇଁ ନିଜେ ସରକାର ନାନା ପ୍ରକାର ଷଡଯନ୍ତ୍ର କରି ଏ ପ୍ରକାର ଅଟକ ଓ ଗିରିଫଦାରୀ ଜାରି ରଖିଛନ୍ତି l ଜଣେ ବିଶିଷ୍ଟ ପରିବେଶବିତ ଶ୍ରୀମତି ପାଟକର ଓ ତାଙ୍କ ସହଯୋଗୀ କିଛି ସାମାଜିକ କର୍ମୀଙ୍କୁ ଅଟକ ରଖିବା ଓଡିଶା ରାଜ୍ୟ ସରକାରଙ୍କ ଏହା ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରିଛି l ପରିବେଶର ସୁରକ୍ଷା ଓ ଜୀବନ ଜୀବିକାର ସୁରକ୍ଷା ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଶ୍ରୀମତି ପାଟକର ଜୀବନବ୍ୟାପି ସଂଗ୍ରାମ କରିଆସୁଛନ୍ତି l ଆଜି ପ୍ରକୃତି ପରିବେଶକୁ ବଞ୍ଚାଇବା ସମସ୍ତ ଜନଗଣଙ୍କ ପାଇଁ ଏକ ନୈତିକ କର୍ତ୍ତବ୍ୟ ହୋଇଥିଲାବେଳେ ନିର୍ବାଚିତ ସରକାର କର୍ପୋରେଟ ଜଗତର ପକ୍ଷରେ ଛିଡା ହେବା ଗଣତନ୍ତ୍ର ପ୍ରତି ଏକ ଶକ୍ତ ଧକ୍କା l ରାୟଗଡା ଜିଲ୍ଲାପାଳ ଶ୍ରୀମତି ପାରୁଲ ପଟୱାରୀଙ୍କ ନିର୍ଧେଶରେ ଏଭଳି ପୋଲିସର ଅଟକକୁ ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ଦୃଢ ନିନ୍ଦା କରିଛନ୍ତି l

Leave A Reply

Your email address will not be published.