ପିସିସି ସଭାପତିଙ୍କ ହିଞ୍ଜିଳି ଗସ୍ତ : ହିଞ୍ଜିଳିରେ ଭାରତୀୟ ଜାତୀୟ କଂଗ୍ରେସର ସମ୍ବିଧାନ ବଞ୍ଚାଅ ମହା ସମାବେଶ

youtube

ଆଗାମୀ ଦିନରେ ଭାରତ ବର୍ଷ ହେବ କଂଗ୍ରେସମୟ : ମିଶ୍ରଣ ପର୍ବରେ ବିଜେଡିର ବହୁ କର୍ମୀ କଂଗ୍ରେସରେ ଯୋଗଦେଲେ
ହିଞ୍ଜିଳିକାଟୁ : ଶୁକ୍ରବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା ପ୍ରଭାରୀ ଅଜୟ କୁମାର ଲୁଲୁ ହିଞ୍ଜିଳି ଗସ୍ତ କରିଛନ୍ତି। କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେବା ସହ ଆଗାମୀ ଦିନରେ ଭାରତ ବର୍ଷ କଂଗ୍ରେସମୟ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଶୁକ୍ରବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା ପ୍ରଭାରୀ ଅଜୟ କୁମାର ଲୁଲୁ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ। ସ୍ଥାନୀୟ ପୈାରାଞ୍ଚଳ ବଇଁଚ ବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରାଜ୍ୟ କଂଗ୍ରେସ ନେତୃମଣ୍ଡଳୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ଏକ ବିରାଟ ବାଇକ୍ ରାଲି ବାହାରି ପରିବା ବଜାର ଛକ ସ୍ଥିତ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ। ସେଠାରୁ ସହସ୍ରାଧିକ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ପଦଯାତ୍ରା ସହ ଶୋଭାଯାତ୍ରାରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ପହଞ୍ଚିବା ପରେ ଆୟୋଜିତ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସମ୍ବିଧାନ ବଞ୍ଚାଅ ମହା ସମାବେଶ ଅନୁଷ୍ଠିତ ହୋଇଛି। ହିଞ୍ଜିଳି ଯୁବ କଂଗ୍ରେସ ପୁର୍ବତନ ବ୍ଲକ ସଭାପତି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ରମେଶ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲୁଲୁ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଷମ କଟକ ବିଧାୟକ ନୀଳ ମାଧବ ହିକ୍କା, ଲଲାଟେନ୍ଦୁ ମହାପାତ୍ର, ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ସମ୍ପାଦକ ସାକା ସୁଜିତ୍, ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ସଭାପତି ରବିନ୍ଦ୍ର ନାଥ ଶର୍ମା, ଜିଲ୍ଲା କଂଗ୍ରେସ କମିଟି (ପୁର୍ବ)ସଭାପତି ଦୀପକ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ବିଜୟ କୁମାର ପ୍ରଧାନ, କନ୍ଧମାଳ ଜିଲ୍ଲା ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ, ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମ୍ମା , ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଓ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ନାୟକ, ବିଦ୍ୟାଧର ପ୍ରଧାନ, ଶମ୍ଭୁ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ମଞ୍ଚାସିନ ଥିଲେ। କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟର ବିଜେପି ସରକାରର ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରି ବର୍ଷିବା ସହ ମୋଦୀ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ବିଧାନର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ କଂଗ୍ରେସ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଞ୍ଚାଅ ଆହ୍ବାନକୁ ତୃଣମୁଳ ସ୍ତରରେ ସଂଗଠିତ ହୋଇ ତୀବ୍ର କରିବା ସହ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ନେତୃମଣ୍ଡଳୀ ମହା ସମାବେଶରେ ଯୁବ କଂଗ୍ରେସ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ। କଂଗ୍ରେସର ମିଶ୍ରଣ ପର୍ବରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଓ କର୍ମୀ ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ପକ୍ଷରୁ ପିସିସି ସଭାପତି ଶ୍ରୀ ଦାସ ଓ ଉପ ସଭାପତି ତଥା ବିଧାୟକ ଶ୍ରୀ ଜେନା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଛୋଟି ନେଇଥିଲେ । ମହା ସମାବେଶରେ ପିସିସି ସଭ୍ୟ ପଦ୍ମଚରଣ ସାହୁ, ପ୍ରଦୀପ ମହାରଣା, ରାମନାରାୟଣ ବିଶ୍ବାସରାୟ, ଜଗନ୍ନାଥ ଗୈାଡ, କଳିଙ୍ଗ ମୁନି, ଶଙ୍କର ସେଠି, ଶ୍ରୀତମ ମୁନି, ବୁଢା ନାହାକ, ଦିଲିପ ମଲିକ, ଭଗବାନ ସ୍ବାଇଁ, ଯୋଗିନ୍ଦ୍ର ସେଠି, କାହ୍ନା ପାଣିଗ୍ରାହୀ, ସଞ୍ଜୟ ସ୍ବାଇଁ, ପାଣ ନାହାକଙ୍କ ସମେତ ଜିଲ୍ଳାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଯୁବ, ଛାତ୍ର, ମହିଳା କର୍ମୀଙ୍କ ସମେତ ଓ ଗଜପତି ଜିଲ୍ଲାର କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। କଂଗ୍ରେସର ଏଭଳି ବିରାଟ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ଆୟୋଜନ ହେବା ଫଳରେ ସ୍ଥାନୀୟ ଅଞ୍ଚଳର ବିଜେପି ଓ ବିଜେଡି କର୍ମୀଙ୍କ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ଦିନରେ କଂଗ୍ରେସର ଭୋଟ ବ୍ୟବଧାନ ବୃଦ୍ଧି ସୁନିଶ୍ଚିତ ବୋଲି ସ୍ଥାନୀୟ ଅଞ୍ଚଳର ରାଜନୈତିକ ବ୍ୟକ୍ତିବିଶେଷଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ସକାଶେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।‌

Leave A Reply

Your email address will not be published.