ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି।‌ ସିକିରି ଗ୍ରାମ ବିନାୟକ ପାଠାଗାର ସାହିର ଜଣେ ଯୁବକ ଘରର ଛାତ ଦୁଲାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବାବୁଲା ପ୍ରଧାନ (୪୪) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର- ୧୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପାରିବାରିକ କଳହ ଯୋଗୁଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି।

ପ୍ରକାଶ ଯେ, ମୃତ ଯୁବକ ଜଣଙ୍କ ଗତ କିଛି ଦିନ ଧରି ପାରିବାରିକ କଳହକୁ କେନ୍ଦ୍ର କରି ମାନସିକ ଦୁଶ୍ଚିନ୍ତାରେ ରହି ଆସୁଥିଲେ। ଶନିବାର ଅପରାହ୍ନରେ ଘରେ କେହି ନଥିବା ସମୟରେ ଯୁବକ ଜଣଙ୍କ ଘର ଛାତ ଜୁଲାଇରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଘରକୁ ଫେରି ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରିବା ସହ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ।‌

ad-week
Leave A Reply

Your email address will not be published.