ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

add-all

ବାଲିଗୁଡା : ଗୋଟିଏ ପଟେ ଘନଘନ ବିଦ୍ୟୁତ୍‌ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌। ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଲକ୍ଷ୍ମୀ ବଜାରରେ ଦେଖିବାକୁ ମିଳିଛି l ପ୍ରକାଶ ଯେ, ଏବେ ଉକ୍ତ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଅସହ୍ୟ ଗରମ ଗୁଳୁଗୁଳି ଲାଗିରହିଥିବା ବେଳେ ଘନଘନ ବିଦ୍ୟୁତ୍‌ କାଟ୍‌ ହେଉଛି। ୩୩ କେଭି ଓ ୧୧ କେଭି ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହିଛି ତୁହାକୁ ତୁହା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କରାଯାଉଛି। ଏହି ସମସ୍ୟା ଦିନରେ ଯେତିକି ଦେଖିବାକୁ ମିଳୁଛି ରାତିରେ ଦ୍ବିଗୁଣିତ ବିଦ୍ୟୁତ୍‌ କାଟ୍‌ ହେଉଛି ଏହାକୁ ନେଇ ଉପଭୋକ୍ତା ମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେକେ ଗତ କିଛି ଦିନ ହେଲା ଦାରିଙ୍ଗବାଡ଼ିର ଲକ୍ଷ୍ମୀବଜାରର ଷ୍ଟ୍ରିଟ୍‌ ଲାଇଟ୍‌କୁ ଦିନରେ ବନ୍ଦ କରାଯାଉନାହିଁ। ଦିନରେ ଆଲୁଅ ଲାଗି ରହିଥିବାରୁ ବ୍ୟବସାୟୀମାନେ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗୋଟିଏ ପଟେ ଉପଭୋକ୍ତାଙ୍କୁ ନିୟମିତ ବିଦ୍ୟୁତ୍‌ ଯୋଗାଇବାରେ ବିଫଳ ହେଉଥିବା ବିଦ୍ୟୁତ୍‌ ବିଭାଗ କିଭଳି ଦିନରେ ଲାଗି ରହିଥିବା ଷ୍ଟ୍ରିଟ୍‌ଲାଇଟ୍‌କୁ କାହିଁକି ବନ୍ଦ କରୁନାହିଁ ସେନେଇ ପ୍ରଶ୍ନ ଉଠୁଛି। ଶୀଘ୍ର ଏହାର ପଦକ୍ଷେପ ନେଇ ଦିନରେ ଏହାକୁ ବନ୍ଦ କରିବାକୁ ଦାବି ହୋଇଛି। ଅଯଥା ବିଦ୍ୟୁତ୍‌ ଶକ୍ତି ନଷ୍ଟ ହେବା ସହ ସରକାରଙ୍କ ରାଜସ୍ବ କ୍ଷତି ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.