ରାଜା ରଘୁବଂଶୀ ହତ୍ୟା କରିଥିବା କଥାକୁ ଶେଷରେ ସ୍ବୀକାର କଲେ ସୋନମ

add-all

ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ସିଲଂ କୋର୍ଟରେ ହାଜର କରାଯିବାର ପ୍ରକ୍ରିୟା ଚାଲିଛି। କୋର୍ଟରୁ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡ ନେଇ ଅପରାଧସ୍ଥଳକୁ ନେଇଯିବାର ବ୍ୟବସ୍ଥା କରିଛି। ସେଠାରେ ରାଜାଙ୍କ ହତ୍ୟାର ରି-କ୍ରିଏସନ କରିବେ ହତ୍ୟାକାରୀ।

ଏହା ପୂର୍ବରୁ ମେଘାଳୟ ପୁଲିସ ରାଜା ରଘୁବଂଶୀ ହତ୍ୟା ମାମଲା ସହିତ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି। ମେଘାଳୟ ପୁଲିସ ସୂଚନା ଦେଇ କହିଛି ଯେ ରାଜାଙ୍କ ପତ୍ନୀ ସୋନମ ସ୍ବାମୀଙ୍କ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।
ମେଘାଳୟ ପୁଲିସ ପକ୍ଷରୁ ସିଲଂ ଏସପି ବିବେକ ସୟେମ କହିଛନ୍ତି, “ଯେତେବେଳେ ଏସଆଇଟି ଟିମ ଗଠନ କରାଯାଇଥିଲା, ଆମେ ସମସ୍ତ ପ୍ରମାଣ ଯାଞ୍ଚ କରିଥିଲୁ। ସେ ସମୟରେ ଆମ ପାଖରେ ବହୁତକିଛି ତଥ୍ୟ ଓ ପ୍ରମାଣ ଥିଲା। ଯାଞ୍ଚ ଚାଲିଥିବାରୁ ଆମେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିଲୁ।

ଅନେକ ରାଜାଙ୍କ ମୃତ୍ୟୁକୁ ନେଇ କାହାଣୀ ପ୍ରସ୍ତୁତ କରିଥିଲେ। କେତେକ ଏହାକୁ ଅପହରଣ କହୁଥିବା ବେଳେ ଆଉ କିଛି ଡକାୟତି ହୋଇଛି ବୋଲି କହିଥିଲେ। ଏମିତି କି ସୋନମଙ୍କ ପରିବାର ଜ୍ୟୋତିଷଙ୍କ କଥା ମାନି ନଥିବାରୁ ରାଜାଙ୍କ ଏଭଳି ମୃତ୍ୟୁ ହୋଇଥିବା ବି ଅବନ୍ତାର ଦାବି କରିଥିଲେ।

ad-week
Leave A Reply

Your email address will not be published.