ମୁଁ ନିଜେ ତାକୁ ଦଣ୍ଡ ଦେବି; ରାଜାଙ୍କ ପରିବାର ଆଗରେ ଏଭଳି କହିଲେ ସୋନମର ଭାଇ

add-all

ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଯେତେ ଯେତେ ଆଗକୁ ବଢ଼ୁଛି, ସେତେ ସେତେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ରାଜାଙ୍କ ପତ୍ନୀ ସୋନମ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତ ପୁଲିସର ପଚରାଉଚରା ମଧ୍ୟରେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ, ଅଭିଯୁକ୍ତମାନେ ସୋନମଙ୍କୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କହୁଥିବା ବେଳେ ସୋନମ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏବେ ସୋନମଙ୍କ ପରିବାର ସଦସ୍ୟମାନେ ମଧ୍ୟ ତାଙ୍କ ବିରୋଧୀ ହେବା ସହ ତାଙ୍କୁ କଡ଼ା ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି।

ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ କହିଛନ୍ତି ଯେ, ମୋ ଭଉଣୀ ଅପରାଧ କରିଛି। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ଆଜି ସୋନମଙ୍କ ଭାଇ, ରାଜା ରଘୁବଂଶୀଙ୍କ ଘରେ ପହଞ୍ଚିବା ସହ ରାଜାଙ୍କ ମା’ଙ୍କୁ କୁଣ୍ଢେଇ ପକାଇ ଖୁବ୍ କାନ୍ଦିଥିଲେ।

ସେ ପୀଡିତଙ୍କ ପରିବାରକୁ ଭେଟିବର ପରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, “ଯଦି ଭଉଣୀ ଦୋଷୀ, ତେବେ ତାକୁ ଦଣ୍ଡ ମିଳିବା ଉଚିତ୍। ପ୍ରକୃତରେ ମୁଁ ନିଜେ ତାକୁ ଦଣ୍ଡ ଦେବି। ରାଜା ଜଣେ ଭଲ ମଣିଷ ଥିଲେ। ସୋନମ ଯାହା ଯୋଜନା କରିଥିଲା, ମୁଁ ଗଣମାଧ୍ୟମରୁ ତାହା ଜାଣିବାକୁ ପାଇଲି। ମୋ ଭଉଣୀ କରିଥିବା ଦୋଷ ପାଇଁ ମୁଁ ରାଜାଙ୍କ ମାଆଙ୍କୁ କ୍ଷମା ମାଗିଛି। ଯଦି ସୋନମ ଦୋଷୀ, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।”

ad-week
Leave A Reply

Your email address will not be published.