୨୦ରୁ କମ୍‌ ଓ ୨୮ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଚଲାଇ ପାରିବେନି ଏସି

add-all

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେନ୍ଦ୍ର ସରକାର ଏୟାର କଣ୍ଡିସନର(ଏସି) ବ୍ୟବହାର ସମ୍ପର୍କରେ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର କହିଛନ୍ତି ଯେ, ଏବେ ଏସି ତାପମାତ୍ରା ମାନକୀକରଣ କରାଯିବ। ସେ କହିଛନ୍ତି, ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ହ୍ରାସ ଏବଂ ପରିବେଶ ସନ୍ତୁଳନକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀଙ୍କ କହିବାନୁସାରେ, ଏଣିକି ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର ହେଉଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରହିବ। ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ତାପମାତ୍ରା ଏବଂ ଶୀତଳୀକରଣ ଉପକରଣର ବ୍ୟବହାର ବଢୁଥିବାବେଳେ ଏହି ନିୟମ ଆଣିବାକୁ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର। ସାଧାରଣତଃ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ତୁଳନାରେ ଏସିରେ ଅଧିକ ବିଜୁଳି ଶକ୍ତି ଖର୍ଚ୍ଚ ହୋଇଥାଏ, କିନ୍ତୁ ଏହି ନୂତନ ନିୟମ ଆସିବା ଦ୍ୱାରା ଏସି ଲାଗିବା ସମୟରେ ବିଜୁଳି ଶକ୍ତି ହ୍ରାସ କରିବାରେ ସହାୟକ ହେବ।

ବର୍ତ୍ତମାନ ଏସିଗୁଡ଼କ ସର୍ବନିମ୍ନ ୧୬ ଡିଗ୍ରୀରୁ ସର୍ବାଧିକ ୧୮ ଡିଗ୍ରୀ ଯାଏ ତାପମାତ୍ରାରେ ଚାଲୁଛି। ଯାହାଫଳରେ ଏସିରେ ଅତ୍ୟନ୍ତ କମ କୁଲିଂ ସେଟିଂ ଯୋଗୁଁଁ ବିଜୁଳି ବିଲ୍ ବୃଦ୍ଧି ପାଇବା ସହ ବିଜୁଳି ଶକ୍ତି ଅଧିକ ଖର୍ଚ୍ଚ ହେଉଛି।

ad-week
Leave A Reply

Your email address will not be published.