ରାୟଗଡ଼ା ଜିଲ୍ଲାର ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ପରିଦର୍ଶନ

add-all

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ରାୟଗଡା ଧାନମଣ୍ଡୀ, ମୁନିଗୁଡ଼ା ଧାନମଣ୍ଡୀ, ରାମାନୁଗୁଡା ଧାନମଣ୍ଡୀ, କେଲନରା ଧାନମଣ୍ଡୀ, ଗୁଡାରୀ ଧାନମଣ୍ଡୀ, ବିଷମକଟକ ଧାନମଣ୍ଡୀ, ପଦ୍ମପୁର ଧାନମଣ୍ଡୀ ଓ ଗୁଣୁପୁର ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଓଡିଶାରେ ଧାନ କିଣା କାରବାର ସ୍ୱଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶକା ଅନୁଯାୟୀ ଠିକ୍ ଠାକ୍ ଭାବେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତଦାରଖ କରିଥିଲେ। ଓଡିଶା ର ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରିଛନ୍ତି। ବିଜେପି ସରକାର ଚାଷୀମାନଙ୍କ ପାଇଁ ସମର୍ପିତ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଏହି ପରିଦର୍ଶନ ସମୟରେ ଉପସ୍ଥିତ ଚାଷୀ ମାନେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀ ମାନଙ୍କୁ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ। ଏହି ପରିଦର୍ଶନ ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂଯୋଜକ ଶ୍ରୀ ସୁମନ୍ତ କୁମାର ମହାରଣା, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, କୃଷ୍ନ ଚନ୍ଦ୍ର ପଟ୍ଟନାୟକ, ରଙ୍ଗା ରାଓ, ମାନସ ରଞ୍ଜନ ନାୟକ, ରାମ ଚନ୍ଦ୍ର ବେହେରା ପ୍ରମୁଖ କଂ ସମେତ ବହୁ ନେତୃବୃନ୍ଦଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.