ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

youtube

ମାଲକାନଗିରି : ବନ୍ୟାବାତ୍ୟାର ମୁକାବିଲା ପାଇଁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ୍ ଟପ୍ ଏକସରସାଇଜ ଏବଂ ମକଡ୍ରିଲ ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୮ ତାରିଖ ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ୍ ଏବଂ ପୌରାଞ୍ଚଳସ୍ତରରେ ଟେବୁଲ୍ ଟପ୍ ଏକସରସାଇଜ ଏବଂ ୧୯ ତାରିଖରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟକୁ ସାକାର କରିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ଜରୁରୀକାଳୀନ ବିଭାଗ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ତହସିଲଦାର, ଅଗ୍ନିଶମ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, କୃଷି, ସ୍ବାସ୍ଥ୍ୟ ସମେତ ଅନ୍ୟାନ୍ୟ ବିଭାଗ ଉପସ୍ଥିତ ଥିଲେ। ଏହି ବୈଠକକୁ ଆୟୋଜନ କରିବାରେ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ସହଯୋଗ କରିଥିଲେ।

Leave A Reply

Your email address will not be published.