ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ସରକାରୀ ପରିବହନ ଏବଂ ବେସରକାରୀ ପରିବହନରେ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ଦାବୀ

add-all

ବ୍ରହ୍ମପୁର : ସାରା ଓଡିଶାରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ସରକାରୀ ପରିବହନ ଏବଂ ବେସରକାରୀ ପରିବହନରେ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି। ଏ ନେଇ ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଞ୍ଚଳି ପରିବହନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମାଞ୍ଚଳ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଥବା ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାରୀ ବସ ଏବଂ ପରିବହନ ଥିବା ବ୍ୟବସ୍ଥା ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ତୁରନ୍ତ ଯୋଗାଇବା ପାଇଁ ଉଲ୍ଲେଖ କରାଯାଇଛି। ସେହିପରି ବିଭିନ୍ନ ଘରୋଇବସ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ 50 ପ୍ରତିଶତ ରିହାତି ଦେବା ପାଇଁ ମଧ୍ୟ ଦାବି କରିଛି ଛାତ୍ର କଂଗ୍ରେସ। ଏହା କରାଗଲେ ଦୂର ସ୍ଥାନକୁ ଯିବା ପାଇଁ ଅସୁବିଧା ରହୁଥିବା ଅନେକ ଛାତ୍ରଛାତ୍ରୀ ସେମାନେ ପାଠ ପଢିବାରେ ସହଯୋଗ ହେବ ବୋଲି କହିଛି କଂଗ୍ରେସ। ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଶୁଭମ ଗଉଡା, ପବିତ୍ର ସେଠୀ, ସୁବ୍ରତ ପ୍ରତିକ, ମାନସ ରଞ୍ଜନ ପ୍ରହରାଜ, ଅନିଲ ନାୟକ, ପ୍ରମୁଖ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.