ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା – ନାରୀଙ୍କୁ ସମ୍ମାନ: ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର : ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢି ତୋଳିବା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏକ ବର୍ଷ ପୂରଣ ପରେ ଦ୍ଵିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ। କାରଣ, ଆମେ ବିଶ୍ବାସ କରୁ ଯେ ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ। ଐତିହାସିକ ସହର କଟକ ଠାରେ ଏହିକାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମାଆ ଓ ଭଉଣୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନାରୀ ମାନଙ୍କ ସଶକ୍ତିକରଣ ପାଇଁ ସବୁଠୁ ଯୁଗାନ୍ତକାରୀ ଯୋଜନା ଭାବେ ସୁଭଦ୍ରା ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ।

ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନା ୩ୟ କିସ୍ତି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.