ପୁରୀ ରେଳ ଷ୍ଟେସନରେ ମକ୍ ଡ୍ରିଲ୍

add-all

ପୁରୀ : ପୁରୀ ରେଳ ଷ୍ଟେସନର ମକ୍ ଡ୍ରିଲ୍। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୁଲିସ ଓ ରେଲୱେ ସୁରକ୍ଷା ବାହିନୀ ଏହି ମକ୍ ଡ୍ରିଲ କରିଛନ୍ତି। ଓଡ଼ିଶା ପୁଲିସର ୩ ଜଣ କର୍ମଚାରୀ ଆତଙ୍କବାଦୀ ସାଜି ପୁରୀ ରେଳ ଷ୍ଟେସନରେ ରେଲୱେ ସୁରକ୍ଷା ବାହିନୀକୁ ଆକ୍ରମଣ କରି ଷ୍ଟେସନରେ ପ୍ରବେଶ କରିଥିଲେ। ଏହାପରେ ଆତଙ୍କବାଦୀମାନେ ୧ ନମ୍ୱର ଓ ୨ ନମ୍ୱର ପ୍ଲାଟଫର୍ମରେ ଥିବା ଯାତ୍ରୀଙ୍କୁ ଗୁଳି କରିଥିଲେ।
ପରେ ୩ ନମ୍ୱର ପ୍ଲାଟଫର୍ମରେ ଥିବା ତପସ୍ବିନୀ ଏକ୍ସପ୍ରେସକୁ ହାଇଜାକ୍ କରିଥିଲେ। ରେଲୱେ ପୁଲିସ ଆସି ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା କରି ବିଫଳ ହେଲେ। ପରେ ଓଡ଼ିଶା ପୁଲିସର ସ୍ବତନ୍ତ୍ର କମାଣ୍ଡୋମାନେ ଲୋକଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିଲେ। ସମସ୍ତ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ପରେ ଅଗ୍ନିଶମ ବାହିନୀ ଆସି ରେଳୱେ ଷ୍ଟେସନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଓଡ୍ରାଫ ଟିମ୍ ଆସି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ମକ ଡ୍ରିଲ୍ ଯୋଗୁଁ ଆତଙ୍କବାଦୀ ଆକ୍ରମଣରେ କିଭଳି ମୁକାବିଲା କରିହେବ ସେନେଇ ପ୍ରସ୍ତୁତି ହୋଇଥିବା ଆରପିଏଫ୍ ଓ ଜିଆରପି ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.