ନବରଙ୍ଗପୁର ଜିଲ୍ଲା ରାଇଘର ସଦର କୋଦଭାଟା ସାହିରେ ଡକାୟତି : ପିସ୍ତୋଲ ଦେଖାଇ ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ଥିବା ବକ୍ସ….



ଉମରକୋଟ :- ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସାହିରେ ଥିବା ରାମ ଡାକୁୟା ( ସୁନା ଦୋକାନୀ )ସବୁ ଦିନ ଭଳି ନିଜ ସୋନା ଦୋକାନ ବନ୍ଦ କରି ନିଜ ସ୍ତ୍ରୀଙ୍କ ସହ ଘରକୁ ଫେରି ବାଉଣ୍ଡାରୀ ଥିବା ଫାଟକ ଚାବି ଖୋଲି ବାଉଣ୍ଡାରୀ ଭିତରେ ପ୍ରବେଶ କରିବାକ୍ଷଣି, ତାଙ୍କରି ସେହି ବାଉଣ୍ଡାରୀ ଭିତରେ ଲୁଚି ଥିବା ତିନି ଦୁର୍ବୃତ୍ତ ହଟାତ ରାମ ଡାକୁୟା ଓ ତାଙ୍କର ସ୍ତ୍ରୀ ଡାକୁ୍ୟାଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ସେମାଙ୍କର ହାତରେ ଥିବା ସୁନା ଅଳଙ୍କାର ଥିବା ବକ୍ସଟି ଛଡାଇବାକୁ ଚେଷ୍ଟା କରୁଥିଲେ। ଛଡ଼ାଇବାକୁ ବିରୋଧ କରିବାରୁ ରାମ ଡାକୁୟା ଓ ତାଙ୍କର ସ୍ତ୍ରୀଙ୍କୁ ଦୁର୍ବୃତ୍ତମାନେ ମାରଣାତ୍ମକ ଆକ୍ରମଣ କରି ଥିଲେ ମୁଣ୍ଡ, ଛାତିରେ ବାରମ୍ବାର ଆକ୍ରମଣ କରି ଲହୁଲୁହାଣ କରି ପିସ୍ତାଳ ବାହାର କରିବା ସମୟରେ ରାମ ଓ ତାଙ୍କର ସ୍ତ୍ରୀ ବଞ୍ଚାଓ ବଞ୍ଚାଓ କହି ଚିତ୍କାର କରିବାରୁ ଆଖ ପାଖର ଘର ଲୋକ ମାନେ କଣ ହେଲା କହି ବାହାରିବାରୁ ଦୁର୍ବୃତ୍ତମାନେ ପିସ୍ତୋଲ ରେ ଫାୟାରିଙ୍ଗ କରି ସୁନା ଅଳଙ୍କାର ବକ୍ସଟିକୁ ନେଇ ଫେରାଇ ହୋଇ ଯାଇଥିଲେ। ସୂଚନା ଥାଉକି ରାମ ଡାକୁୟାର ଘର ବାଉଣ୍ଡାରୀ ଭିତରେ ଓ ଘର ସାମ୍ନାରେ ଅଫୁଟା ଗୁଳି ତିନଟି ଓ ଫୁଟା ଗୁଳି ଗୋଟିଏ ଦେଖିବାକୁ ମିଳିଛି। ରାମ ଡାକୁୟାର ମୁଣ୍ଡରେ ଗଭୀର କ୍ଷତ ଚି଼ହ୍ନ ଓ ସ୍ତ୍ରୀଙ୍କୁ ନାକ, ମୁହଁରୁ ରକ୍ତ ବାହାରିବା ଅବସ୍ଥାରେ ରାଇଘର ପ୍ରାଥମିକ ଗୋଷ୍ଟୀ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି, ତେଣୁ କେତେ ମୂଲ୍ୟ ର ସୁନା ଅଳଙ୍କାର ଡକାୟତି ହୋଇଛି ସ୍ପଷ୍ଟ ହୋଇ ପାରି ନାହିଁ କାରଣ ଉଭୟ ସ୍ୱାମୀ ସ୍ତ୍ରୀ ଚିକିତ୍ସାଧୀନ ଅଛନ୍ତି ଲ ଏଠାରେ ସୂଚନା ଥାଉକି ଏଥି ପୂର୍ବରୁ ମଧ୍ୟ ସେହି ସୁନା ଦୋକାନ ରୁ ଦୁଇ ଥର ଚୋରି ହୋଇଥିବା ଜାଣିବାକୁ ମିଳିଛି ଲ ଏହି ଘଟଣା ପ୍ରଘଟ ହେବା ପରେ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ , ରାଇଘରରୁ ବାହାରକୁ ଯିବା ସବୁ ରାସ୍ତା ସୀଲ କରି ଅନୁସନ୍ଧାନ ଜାରି ରଖିଛି
