ସୁବର୍ଣ୍ଣନେଶ୍ୱର ମନ୍ଦିର ପାଖରୁ ଚୋରା ବାଲି ଲୁଟ ପାଇଁ ଉଦ୍ୟମ ଆରମ୍ଭ…..!
ପ୍ରଶାସନ ର କାର୍ଯ୍ୟକାରୀତା ଉପରେ ସାଧାରଣ ଜନତାଙ୍କ ଦୃଷ୍ଟି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁନାମ୍ବ ସାହି ସ୍ଥିତ ସୁବର୍ଣ୍ଣନେଶ୍ୱର ମନ୍ଦିର ନିକଟରେ ଋଷିକୂଲ୍ୟା ନଦୀ ରୁ ଚୋରା ବାଲି ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଆସିକା ସୁନାମ୍ବ ସାହି ନିକଟରେ ଥିବା ଋଷି କୂଲ୍ୟା ନଦୀରୁ ପୂର୍ବରୁ ଚୋରା ବାଲି ଚାଲାଣ ହେଉଥିଲା। ଜନଗହଳି ପୂର୍ଣ୍ଣ ରାସ୍ତା ଦେଇ ହାଇୱା ଓ ଟିପର ରେ ସଞ୍ଜନଇଁଲେ ସହ ସହ ଗାଡ଼ି ଚୋରା ବାଲି ଚାଲାଣ ହେଉଥିଲା। ଜଣେ ମହିଳାଙ୍କ ଗୃହ ମଧ୍ୟକୁ ମଧ୍ୟ୍ୟ ଏକ ହାଇୱା ଗାଡ଼ି କିଛି ମାସ ପୂର୍ବେ ମାଡ଼ିଯିବା ଫଳରେ ମହିଳା ଜଣକ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ସାହି ବାସିନ୍ଦା ମେଳି ବାନ୍ଧି ପ୍ରତିବାଦ କରିବା ପରେ ପ୍ରଶାସନ ର ହସ୍ତ କ୍ଷେପ ପରେ ଚୋରା ବାଲି ଚାଲାଣ ବନ୍ଦ ରହିଛି। ବର୍ଷା ଦିନକୁ ଆଖି ଆଗରେ ରଖି କିଛି ବାଲି ମାଫିଆ ମାନେ ଏହି ମନ୍ଦିର ନିକଟରେ ଟ୍ରାଇଲ ବେସିକରେ ହାଇୱା ଦ୍ୱାରା ବାଲି ଉତ୍ତୋଳନ କରିଥିବା ଯୋଗୁ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି। ଯଦି ଏହି ଟ୍ରାଇଲ ବେସିକ ର ବାଲି ଉଠାଣ ରୀତିମତ ହେଲେ ବନ୍ୟା ଜଳ ସହର ମଧ୍ୟକୁ ପ୍ରବେଶ କରି ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ବହୁତ ରହୁଛି। ବାଲି ମାଫିଆ ମାନେ ଚୋରା ବାଲି ନେବା ବେଳେ ଇନ୍ଦ୍ର ଚନ୍ଦ୍ର ଆଉ ମାନୁ ନାହାନ୍ତି। କାରଣ ପ୍ରଶାସନ ଓ ନେତା ମାନେ ଏହି ମାଫିଆ ମାନଙ୍କ ଏବେ ବୋଲୋକରା l ସୂଚନା ଥାଉକି ବାଲି ମାଫିଆ ମାନେ କେଉଁଠି ନଦୀ ବନ୍ଧକୁ କାଟି ଦେଉଥିବା ବେଳେ କେଉଁଠି ସରକାରୀ ଜମିରେ ବି ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିବାର ନଜିର ରହିଛି। ମନୁଷ୍ୟ କୃତ ବନ୍ୟା ରୁ ରକ୍ଷା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା। ନା ମାଫିଆ ମାନଙ୍କ ସହିତ ହାତକୁ ହାତ ମିଳାଇ ନିରବ ରହିବେ ତାହା ସମୟ କହିବ l