ବେଆଇନ ବାଲି ଚାଲାଣ ଅଭିଯୋଗରେ ଅଟକ ୭ ହାଇଓ୍ବା ୨୪ ଘଣ୍ଟ ମଧ୍ୟରେ ଥାନାରୁ ରିଲିଜ…

ବଡ଼ ଧରଣ ଡ଼ିଲ ର ଆଭାସ…!!

youtube

ହିଞ୍ଜିଳିକାଟୁ, : ବେଆଇନ ଭାବେ ବାଲି ଚାଲାଣ ଅଭିଯୋଗରେ ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ତହସିଲଦାର ଙ୍କ ଦ୍ଵାରା ହିଞ୍ଜିଳି ଥାନାରେ ଅଟକ ୭ ବାଲି ବୋଝେଇ ହାଇଓ୍ବାକୁ ୨୪ ଘଣ୍ଟ ନ ପୂରଣ ହେଉଣୁ ଶୁକ୍ରବାର ଅପରାହ୍ନରେ ଥାନାରୁ ରିଲିଜ ହୋଇଛି । ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ଯାଞ୍ଚ ପରେ ହିଞ୍ଜିଳି ଥାନାକୁ ହାଇଓ୍ବା ରିଲିଜ ପାଇଁ ଚିଠି କରିଛନ୍ତି ହିଞ୍ଜିଳିକାଟୁ ତହସିଲଦାର। ବାଲି ଚାଲାଣ ଅଭିଯୋଗରେ ଅଟକ ହାଇଓ୍ବା ଗୁଡିକ (ଓଡି୦୧ଟି ୬୪୭୧, ଓଡି୦୭ଏଓ୍ବାଇ ୬୭୪୮, ଓଡି୦୨ସିଜି ୫୧୨୪, ଓଡି୩୨କେ ୦୭୮୦, ଓଡି୦୨ସିଡଵ୍ଳୁ ୧୭୧୨, ଓଡି୦୨ସିଜେଡ୍ ୯୦୨୮, ଓଡି୦୨ ସିଜେଡ ୯୦୪୬ )ନିୟମ ଅନୁସାରେ ଯାଉଥିଲା କି ବେନିୟମ ଭାବେ ଚାଲାଣ ହେଉଥିଲା ତାହା ସ୍ପଷ୍ଟ ହୋଇନି। ହାଇଓ୍ବା ରିଲିଜ ପାଇଁ ଫାଇନ ଆଦାୟ ହୋଇଛି କି ନାହିଁ ଯଦି ଆଦାୟ ହୋଇଛି କେତେ ଟଙ୍କା ଆଦାୟ ହୋଇଛି ସେଥି ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ।
ପ୍ରକାଶ ଥାଉ କି, ହିଞ୍ଜିଳିକାଟୁ ଓ ନିକଟବର୍ତ୍ତୀ ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ଦୈନିକ ଶହ ଶହ ଗାଡିରେ ନଦୀ ବାଲି ଜିଲ୍ଲାର ବିଭିନ୍ନ ସ୍ଥାନ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି। ବହୁ ସ୍ଥାନରେ ବାଲି ମାଫିଆ ମାନେ ଅସାଧୁ ସରକାରୀ କର୍ମଚାରୀଙ୍କୁ ହାତବାରିସ କରି ଭିତିରି ବୁଝାମଣାରେ ନିୟମ ବର୍ହିଭୁତ ଭାବେ ବାଲି ଉତୋଳନ କରୁଛନ୍ତି। ଲିଜ ହୋଇନଥିବା ବହୁ ଘାଟରୁ ବାଲି ମାଫିଆ ମାନେ ଭାରୀଯାନରେ ଚୋରା ବାଲି ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଚୋରା ବାଲି ଚାଲାଣ ନେଇ ବିଭିନ୍ନ ଗାଁ ରେ ଗଣ୍ଡଗୋଳ ଓ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି। ଏଥି ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଶାନ୍ତ ରହୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ବେଆଇନ ଭାବେ ବାଲି ଚୋରାଚାଲାଣ ଘଟଣା ସମ୍ପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଚଢ଼ାଉ କରିଥିଲା। ବୁଧବାର ଭୋରରେ ହିଞ୍ଜିଳି ପୁଲିସ ସ୍ଥାନୀୟ ଥାନା ସିକିରି ନିକଟସ୍ଥ ଲିଜ ହୋଇନଥିବା ଋଷିକୂଲ୍ୟା ନଦୀ ଘାଟରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ୭ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ଓ ଅନ୍ୟ ମାନେ ଫେରାଇ ହୋଇଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ରାଜସ୍ବ ବିଭାଗ ପକ୍ଷରୁ ଶ୍ୟାମଳାଇ ମନ୍ଦିର ନିକଟରେ ୭ ହାଇଓ୍ବାକୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ହିଞ୍ଜିଳି ଥାନା ରେ ଅଟକରଖାଯାଇଥିଲା

Leave A Reply

Your email address will not be published.