ନିର୍ଯାତନା ସହ ହତ୍ୟା ଧମକ ଅଭିଯୋଗ, ଥାନାରେ ଏତାଲା

add-all

ହିଞ୍ଜିଳିକାଟୁ : ବିବାହର ୫ ବର୍ଷ ପରେ ଅନ୍ୟ ଏକ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିବା ସହ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେଉଥିବା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୪୬୬/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ଗତ ୨୦୨୦ ମସିହାରେ ପାଟପୁର ଥାନା କଙ୍କୋରଡା ଗ୍ରାମର ସୁନିତା ପ୍ରଧାନ (୨୬)ଙ୍କ ସହ ହିଞ୍ଜିଳି ଥାନା ଆଡପଡା ଗ୍ରାମର ସନ୍ତୋଷ ପ୍ରଧାନ (୩୩)ଙ୍କ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ୫୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା।‌ ବାହାଘରର କିଛି ମାସ ପରେ ସନ୍ତୋଷ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିଥିବା ନେଇ ସୁନିତା ଜାଣିପାରି ଏଥିରୁ ନିବୃତ୍ତ ରହିବାକୁ ମହିଳା ଜଣଙ୍କ ସ୍ଵାମୀଙ୍କୁ ବାରଣ କରିଥିଲେ।‌ ଏଥିରେ ଉତକ୍ଷିପ୍ତ ହୋଇ ସନ୍ତୋଷ ସ୍ତ୍ରୀଙ୍କୁ ମାଡ ମାରିଥିଲେ। ସଂପୃକ୍ତ ଘଟଣାକୁ କେନ୍ଦ୍ର କରି ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା। ଗୁରୁବାର ସନ୍ତୋଷଙ୍କ ସମେତ ତାଙ୍କ ମା ଓ ଭଉଣୀ ମିଶି ସୁନିତାଙ୍କୁ ମାଡ ମାରିବା ସହ ଥାନାରେ ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ସୁନିତା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.