କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି : ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

add-all

ହିଞ୍ଜିଳିକାଟୁ : କେନ୍ଦ୍ର ଭାଜପା ନେତୃତ୍ଵାଧୀନ ମୋଦି ସରକାର ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟରେ ଭାଜପ ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଆସ୍କା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଶନିବାର ହିଞ୍ଜିଳିକାଟୁ ଶ୍ୟାମଳାଇ ଠାରେ ଅବସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆସ୍କା ସଂସଦୀୟ କ୍ଷେତ୍ରର ସାଂସଦ ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥି, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ , ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶିଶିର କୁମାର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ। କେନ୍ଦ୍ର ମୋଦି ସରକାର ଦେଶର ସୁରକ୍ଷା , ଗମନାଗମନ, ଶିଳ୍ପ, ବୈଷୟିକ ଜ୍ଞାନ କୌଶଳକୁ ଉଚିତ ଦିଗ ଦର୍ଶନ ଦେଇଛନ୍ତି। ଦେଶର ସାମଗ୍ରିକ ଅର୍ଥନୈତିକ ସ୍ଥିତିକୁ ସମଗ୍ର ବିଶ୍ଵରେ ୪ର୍ଥ ସ୍ଥାନକୁ ନେବା କେନ୍ଦ୍ର ସରକାରଙ୍କ ଏକ ବଡ଼ ଉପଲବ୍ଧି ଅଟେ। ମୋଦି ସରକାରଙ୍କ ଏହି କାର୍ଯ୍ୟକାଳ ଦେଶର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି କାର୍ଯ୍ୟଳାଳ ‘ବିକଶିତ ଭାରତ’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ର ‘ସଂକଳ୍ପ ଳି ସିଦ୍ଧି’ର ସୁବର୍ଣ୍ଣ ଯୁଗ ହୋଇଛି ବୋଲି ମତପୋଷଣ କରିଥିଲେ ଭାଜପା ନେତୃ ମଣ୍ଡଳୀ। ଏହି ଅବସରରେ ଭାଜପାର ବହୁ ଆଗଧାଡିର ନେତା, କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.