ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକସଭା

youtube

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମପଞ୍ଚାୟତ ରୁ ଦୁଇଥର ନିର୍ବାଚିତ ହୋଇଥିବା କଂଗ୍ରେସ ଦଳର ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ଯୁଗସାଇ ଭତ୍ରାଙ୍କ ମୁତ୍ୟୁ ହୋଇଛି ମୁତ୍ୟୁ ବେଳକୁ ୫୬ବର୍ଷ ବୟସ ହେଇଥିଲା | ଏହି ଖବର ପାଇବା ପରେ ଉମରକୋଟ ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଏକ ଶୋକ ସଭା ଦଳିୟ କାଯ୍ୟଳୟରେ ଅନୁଷ୍ଠିତ ହୋଇଥିବା ଏହି ଶୋକସଭାରେ ଜିଲ୍ଲା କୂଷକ ସେଲ ସଭାପତି ସନରାଜ ଗଣ୍ଡ, ପୂର୍ବତନ ଜିଲ୍ଲା ପରିଷଦ ସଦ୍ୟସ କପୁର ନାୟକ, ପିସିସି ସଭ୍ୟ ଶଙ୍କର ଦେ, ପୂର୍ବତନ ବ୍ଲକ ଅଧକ୍ଷ ଉଳଧର ମାଝୀ, ବ୍ଲକ କଂଗ୍ରେସ ସଭାପତି କୂଷ୍ଠ ମାଝୀ, ସାଧାରଣ ସମ୍ପାଦକ ବାବୁଲା ପଟନାୟକ, ଟାଉନ ସଭାପତି ଟୁଲୁ ସାହୁ, ସମ୍ପାଦକ ନାୟକ, ଉପସଭାପତି ଏସ. ବିଜୟ, ଅମୁଲ୍ୟ ପଟନାୟକ, ସୁରେନ୍ଦ୍ର ନାୟକ, କଂଗ୍ରେସ ସଭାପତି ବେହେଡା ଗ୍ରାମର ଅଜୟ ଚୋୖହାନ, କୁନା ନାୟକ, ପିଙ୍କୁ ପଟନାୟକ, ଉସମାନ ଲାଠିଆ,ଇଷା ଲାଟିଆ, ସମେତ କଂଗ୍ରେସ କର୍ମୀ ଉପସ୍ଥିତଥିଲେ।ସ୍ୱର୍ଗତ ଯୁଗସାଇ କଂଗ୍ରେସ ଦଳର ସମସ୍ତ ବ୍ଲକ ଓ ଜିଲ୍ଲା ର ବିଭିନ୍ନ ପଦବିରେ ରହି ସୁଚାର ରୂପେ ତୁଲେଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

Leave A Reply

Your email address will not be published.