ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

add-all

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମିଶନ୍‍ଶକ୍ତି ବିଭାଗର ନିର୍ଦ୍ଦେଶକ୍ରମେ ଓଡିଶାର ବିବିଧ ଓ ସମୃଦ୍ଧ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ମିଶନ୍‍ଶକ୍ତି ବିଭାଗର ସହଯୋଗରେ ୧୪-୦୬-୨୦୨୫ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉପଲକ୍ଷେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନ ମାନଙ୍କରେ ବ୍ଲକରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପ୍ରଥମ ହୋଇଥିବା ୧୦ ଟି ମହିଳା ସ୍ଵୟଂ ସହାୟକ ଦଳ ଏବଂ ଅନ୍ୟାନ ସ୍ଵୟଂ ସହାୟକ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ l ହାତତିଆରି ପୁଷ୍ଟିକର ପିଠା, ମାଣ୍ଡିଆସୁର, ମଣ୍ଡାପିଠା, ଛେନାମଣ୍ଡା, ପାଗର, ଇଡିଲି ଓ ଚଟଣୀ, ଜୋକଲା ଚଟଣୀ, କାକରା, ଆଳୁଦମ୍‍, କ୍ଷୀର ମାଲପୁଆ, ମାଣ୍ଡିଆଲଡୁ, ମାଣ୍ଡିଆ କାକରା, ମିଠାବରା, ମାଣ୍ଡିଆ ହାଲୁଆ, ଆରିସା, ରାଶିଲଡୁ, ମିଠାଜାତୀୟ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ, ପୋଡପିଠା ଭଳି ସୁସ୍ୱାଦୁ ବ୍ୟଞ୍ଜନ ପାରମ୍ପରିକ ଖାଦ୍ୟ ଶ୍ରେଣୀରେ ଅତ୍ୟନ୍ତ ସ୍ଵାଦିଷ୍ଟ ଭୋଜନ ସମସ୍ତେ ପ୍ରସ୍ତୁତ କରିଥିଲେ l


ଏହି ସମାରୋହରେ ଗତ ୧୨.୬.୨୦୨୫ ରିଖ ରେମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ସମ୍ମାନୀତ ଅତିଥି ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର , ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦିପ ସମ୍ପତ ଏବଂ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ଯୋଗଦାନ କରିଥିଲେ। ଅତିଥି ଗଣ ଓଡ଼ିଶାର ପୁଷ୍ଟିକର ପାରମ୍ପରିକ ଖାଦ୍ୟକୁ ସବୁବେଳେ ଗୁରୁତ୍ୱ ଦେଇ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ମହିଳା ସଶକ୍ତିକରଣ ରେ ସହଭାଗୀ ହେବା ବୋଲି କହିଥିଲେ | ୧୪.୬.୨୦୨୫ ତାରିଖ ରେ ପ୍ରତିଯୋଗିତାର ବିଚାରକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ , ଏନ୍ ଆର୍ ସି କୋଡିନେଟୋର ଏବଂ ଖାଦ୍ୟ ନିରୀକ୍ଷ୍ୟଣ ଅଧିକାରୀ ନବରଙ୍ଗପୁର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଯୋଗ ଦେଇ ବିଭିନ୍ନ ଷ୍ଟଲ୍ ର ଖାଦ୍ୟର ସ୍ଵାଦ କୁ ନେଇ ବିଚାର ରଖିଥିଲେ। ଅତି ଉଚ୍ଚକୋଟୀର ଓ ଉନ୍ନତମାନର ସୁସ୍ୱାଦୁ ବ୍ୟଞ୍ଚନ ପ୍ରସ୍ତୁତ କରି ସ୍ଵାଗତିକା ସ୍ଵୟଂସହାୟକ ଦଳ ନବରଙ୍ଗପୁର ପ୍ରଥମ , ଉମରକୋଟ ର ଲକ୍ଷ୍ମୀ ନାରାୟଣୀ ସ୍ଵୟଂ ସହାୟକ ଦଳ ଦ୍ଵିତୀୟ ଏବଂ ଡ଼ା ବୁ ଗାଁ ବ୍ଲକ ଡ଼ାଙ୍ଗରିଗୁଡ଼ାର ମୂତିଆଲୁ ସ୍ଵଂୟ ସହାୟକ ଦଳ ତୃତୀୟ ଘିଶ ହୋଇ ବିକାଶ ମେଳା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଏବଂ ସାର୍ଟିଫିକେଟ ଗ୍ରହଣ କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟପ୍ରତିଯୋଗିତା ପ୍ରଥମ ବିଜେତା ଦଳ ଯୋଗ ଦେବେ ।

ad-week
Leave A Reply

Your email address will not be published.