ଗଛକୁ ପିଟିଲା ପିକପ ଭ୍ୟାନ ଡ୍ରାଇଭର ଗୁରୁତର

youtube

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଦୁଲାହାପୁର ପୀଡାବ୍ଲୁଡ଼ି ୧୮ ନମ୍ବର ରାସ୍ତା ପାର୍ଶ୍ୱରେ ଥିବା ଗୋଟିଏ ଗଛକୁ ପିଟିଲା ପିକପ ଭେନ ଡ୍ରାଇଭର ଗୁରୁତର ! ଏହି ଦୂରଘଟଣା ଆଜି ସୋମବାର ସନ୍ଦ୍ୟା ୫.୪୫ ସମୟରେ ଘଟିଥିଵା ଜଣା ପଡିଛି | ସଳଙ୍ଗାବାହାଲ ପଟୁ ରାଏବଗା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ଯାହାର ଗାଡି ନମ୍ବର OD 04 M 9586 ଜଣାପଡିଛି | ରାଏବଗା ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହୁଁଚି ଥାନା ଅଧିକାରୀ ପ୍ରହଲାଦ କୁମାର ପ୍ରଧାନ ଟ୍ରାକ୍ଟର ଓ ଜେସିବିକୁ ଡକାଇ ପିକପ ଭେନ ରେ ଫସିଥିବା ଡ୍ରାଇଭର ଅଜୟ ମଝିକୁ ବାହାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ | ଏବଂ ପିକପ ଭେନକୁ ରାଏବଗା ଥାନାରେ ଅଟକ ରଖିଥିବା ଜଣା ପଡିଛି ! ଅଜୟ ମାଝୀ ଅଧିକ ଗୁରୁତର ହୋଇଥିବାରୁ ବିରମିତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ରାଉରକେଲା ସରକାରୀ ଡାକ୍ତରଖାନାକୁ ହସ୍ଥାନ୍ତର କରିଥିବା ଜଣାଅପଡ଼ିଛି |

Leave A Reply

Your email address will not be published.