ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ସିଲ୍

add-all

କଟକ: ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍। କଟକ ଶଙ୍କରପୁର ଦାସସାହି ସ୍ଥିତ ପାଣି କମ୍ପାନୀ ସିଲ୍ କଲା ସିଏମସି। ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର ଲିଟର ପାଣି। ଯାହା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ।

ବର୍ତ୍ତମାନ ସାରା ରାଜ୍ୟରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଜିଲ୍ଲାକୁ ଜିଲ୍ଲା ଡେଉଁଛି ଡାଇରିଆ। ଏହାକୁ ଦୃଷ୍ଟିରେ ରଖି କଟକରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ ଚାଲିଛି।

ସୂଚନା ଥାଉକି ଗତକାଲି କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ କରାଯାଇଛି। ୨ଟି ହୋଟେଲ୍‌କୁ ସିଲ୍‌ କଲା ସ୍ବାସ୍ଥ୍ୟ ବିଭାଗ। ହୋଟେଲ୍‌ରେ CMC ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପକ୍ଷରୁ ରେଡ୍ କରାଯାଇଥିଲା। ଅପରିଷ୍କାର ଓ ନିମ୍ନମାନର ଖାଦ୍ୟ ନେଇ ରେଡ୍ କରାଯାଇଛି। ନିମ୍ନମାନର ପାଣି ଯୋଗୁଁ ୨ଟି ହୋଟେଲ ସିଲ୍‌ କରାଯାଇଛି।

ad-week
Leave A Reply

Your email address will not be published.