ରାୟଗଡ଼ା ଜେକେ କାଗଜ କଳ ସିଏସଆର ଆୱାର୍ଡରେ ସମ୍ମାନିତ ହେଲା

add-all

ରାୟଗଡା : ରାୟଗଡା ଜିଲ୍ଲାର ଚାନ୍ଦିଲି ଠାରେ ଜେକେ ପ୍ରତିଷ୍ଠାନ ଅଧୀନ ରେ ଥିବା ଜେକେ କାଗଜ କଳ ୟୁନିଟ କୁ ନୂଆ ଦିଲ୍ଲୀ ଠାରେ ଗ୍ରୀନଟେକ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ଜାତୀୟ ସ୍ତରର ଦୁଇଟି ପୁରସ୍କାର ରେ ପୁରସ୍କୃତ କରାଯାଇଅଛି | ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ର ବିଚାରକ ମଣ୍ଡଳୀ ଦ୍ୱାରା ବିଜେତା ଘୋଷଣା କରାଯିଵା ସହ ପୁରସ୍କୃତ କରାଯାଇଛି |
ଜେ କେ କାଗଜ କଳ, ରାୟଗଡା ର ଲୋକସମ୍ପର୍କ ଓ ପରିପାର୍ଶ୍ଵିକ ଉନ୍ନୟନ ଅଧିକାରୀ ସ୍ମୃତିରେଖା ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକର ଅଂଶ ଗ୍ରହଣ କରି ଗ୍ରୀନଟେକ ୧୧ ତମ ସିଏସଆର ଆୱାର୍ଡ ଗ୍ରହଣ କରିଥିଲେ | ସେହିପରି ପରିବେଶ , ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବିଭାଗର ବରିଷ୍ଠ ମହା ପ୍ରବନ୍ଧକ ସତ୍ୟଜିତ ମହାନ୍ତି ଯୋଗ ଦେଇ ଗ୍ରୀନଟେକ ପରିବେଶ ସୁରକ୍ଷା ଆୱାର୍ଡ ଗ୍ରହଣ କରିଥିଲେ |
ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପ- ସଭାପତି ବିନୟ ଦ୍ବିବେଦୀ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏବଂ ଜେ କେ କାଗଜ କଳ ସବୁ ବେଳେ ନିରନ୍ତର ସମାଜର ବିକାଶ ,ପରିବେଶ ସୁରକ୍ଷା ସହିତ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିବ ବୋଲି କହିଥିଲେ। ଏହି ଜାତୀୟ ସ୍ତରର ପୁରସ୍କାର ଆମକୁ ଆଗକୁ ସମାଜ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଵ ବୋଲି ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.