
ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ ଦିନକୁ ଦିନ ଜଙ୍ଗଲ ସଫା ହେବାକୁ ଲାଗିଲାଣି ଏଣୁ ଜଙ୍ଗଲ କେମିତି ସୁରକ୍ଷିତ ରହିବ, ଜଙ୍ଗଳ କଟା କିପରି ବନ୍ଦ ହେବ, ଜଙ୍ଗଲ କାଟି ତିଆରି ହୋଇଥିବା ଚାଷ ଜମିକୁ ଯେପରି କୌଣସି ଜମି ମାଲିକ ଟ୍ରାକ୍ଟର ଦ୍ୱାରା ଚାଷ କରି ପାରିବନି କିମ୍ବା ଯାଇ ପାରିବନି,କଟା ଯାଇଥିବା ଜଙ୍ଗଲରେ ପୁନର୍ବାର କିପରି ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବା, ଏହି ପରି ଅନେକ ପ୍ରଶ୍ନ ନେଇ କୁନ୍ଦେଇ ଫରେଷ୍ଟର ହରିହର ବ୍ରହ୍ମାଙ୍କୁ ଘେରିଥିଲେ କୁନ୍ଦେଇ ଗ୍ରାମବାସୀ।
ପ୍ରାୟ ଘଣ୍ଟାଏ କାଳ କୁନ୍ଦେଇ ଗ୍ରାମବାସୀ ଯୁକ୍ତି ତର୍କ କରିଥିଲେ ଫରେଷ୍ଟରଙ୍କୁ ସହିତ ଏବଂ ପ୍ରତି ଗ୍ରାମରେ ଡ଼ାକବାଜି ଯନ୍ତ୍ରରେ କେହି ଜଙ୍ଗଲ ମଧ୍ୟରେ ମକା ଚାଷ ନ କରିବାକୁ ସଚେତନ ପ୍ରଚାର କରିବାକୁ କହିଥିଲେ କୁନ୍ଦେଇ ଗ୍ରାମବାସି। ବନବିଭାଗର କିଛି କର୍ମଚାରୀଙ୍କ ସହଯୋଗରେ କିଛି ରାଜନୈତିକ ଲୋକ ତଥା ଅସାଧୁ ବ୍ୟକ୍ତି ଏପରି ଜଙ୍ଗଲ କାଟୁଥିବା ଘୋର ଅଭିଯୋଗ ଗ୍ରାମବାସୀ ଆଣିଥିଲେ। ଫରେଷ୍ଟରଙ୍କ ସହ କିଛି ସମୟ ଧରି ତର୍କ ବିତର୍କ ମଧ୍ୟ ହୋଇଥିଲା।ଶେଷରେ ଫରେଷ୍ଟର ଗ୍ରାମବାସୀଙ୍କ କଥାରେ ରାଜି ହୋଇଥିଲେ ଏବଂ ଏହି ସବୁ କାମରେ କୁନ୍ଦେଇ ଗ୍ରାମବାସୀ ଫରେଷ୍ଟଙ୍କ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ ।
ଏଥିରେ କୁନ୍ଦେଇ ଗ୍ରାମର ଜିମେସ ସିଂ ରାଜପୁତ ,ଲୋକେଶ୍ୱର ସିଂ ରାଜପୁତ ,କୀଟୁ ସାହୁ ,ଭାନୁ କେଉଟ ,ଗୋପୀ କେଉଟ ,ପ୍ରଫୁଲ ସିଂ ,ଲୋକେଶ ସାହୁ ,ଶେଖର ରାଜପୁତ ,ମୁକେଶ ସିଂ ,ଲଳିତ ଶର୍ମା ,ସେବତୀ ଭଣ୍ଡାରୀ ,ଶାନ୍ତି ଭଣ୍ଡାରୀ ,ଶକ୍ତିବାଇ ରାଜପୁତ ,ଦେବକୀ ବାଇ ରାଜପୁତ ପ୍ରମୁଖ ମହିଳା ଏବଂ ପୁରୁଷ ମିଳିତ ଭାବରେ ଯୋଗଦାନ ଦେଇଥିଲେ। ପ୍ରକାଶ ଥାଉକି ବର୍ତମାନ ବାଗରମ ଜଙ୍ଗଲ ,ହାତୀ ପୋଖରା ଜଙ୍ଗଲ ,କୋକଟା ମୁହାଁ ଜଙ୍ଗଲ ,ଝୁଲନ ବୋର ଜଙ୍ଗଲରେ କୁନ୍ଦେଇ ଖିଲୋଲି ,ଭୁରକାମହୁଲି ସମଲପୁର ,କଣ୍ଡେତୋରା ଗ୍ରାମର କିଛି ରାଜନୈତିକ ଲୋକ ଏବଂ ଅସାଧୁ ଲୋକେ ମିଶି ଜଙ୍ଗଲ ନଷ୍ଟ କରିବା ସହ ସରକାରଙ୍କ ଦ୍ୱାରା ହୋଇଥିବା ନର୍ସରୀରେ ମଧ୍ୟ ମକା ଚାଷ କରୁଥିବା ଅଭିଯୋଗ ମଧ୍ୟ ଆଣିଥିଲେ ଏହି ସବୁ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ହେବା ସହ ବନବିଭାଗର ସମ୍ପୂର୍ଣ ଅବହେଳା ଓ ଖାମଖିଆଳି ବୋଲି ଗ୍ରାମବାସୀ କହିବା ସହ ଦୃଢ଼ ନିନ୍ଦା କରି ଅତି ଶୀଘ୍ର ବୃକ୍ଷରୋପଣ କରିବାକୁ ଲିଖିତ ଆକାରରେ ଜଣାଇଥିଲେ। ଏବେ ଦେଖିବାକୁ ବାକି ରହିଲା କୁନ୍ଦେଇ ଫରେଷ୍ଟର ବାବୁ ଏହାକୁ କେତେ ଦୂର କାର୍ଯ୍ୟକାରି କରି ପାରୁଛନ୍ତି।