
ନବରଙ୍ଗପୁର : ଆଜି ସ୍ଥାନୀୟ ନୂତନ ମଣ୍ଡେଇ ପଡ଼ିଆ ଠାରେ ଅନୁଷ୍ଠିତ ବିକାଶମେଳା ୨୦୨୫ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା, ନବରଙ୍ଗପୁର ତରଫରୁ ନିପୁଣ ଓଡ଼ିଶା ଏବଂ ଦକ୍ଷତା ବିକାଶ ବିଭାଗ ତରଫରୁ ବିଭାଗୀୟ ବିଭିନ୍ନ ଯୋଜନା ବିଷୟରେ ଏକ ତଥ୍ୟଭିତ୍ତିକ ସୁଚନା ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ନନ୍ଦାହାଣ୍ଡି ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁରଜ କୁମାର ପାତ୍ର ନିପୁଣ ଓଡ଼ିଶା ଉପରେ ବିଭିନ୍ନ ସରକାରୀ ସୁଚନା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ୧୦ଟି ବ୍ଳକ୍ ର ଗୋଷ୍ଠୀ ଶିକ୍ଷାଧିକାରୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ସି.ଆର୍. ସି.ସି, ଶିକ୍ଷକ,ଶିକ୍ଷୟିତ୍ରୀ, ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା, ଏକଲବ୍ୟ ବିଦ୍ୟାଳୟ, ମୋଡ଼େଲ ଡିଗ୍ରୀ ମହାବିଦ୍ୟାଳୟ ଓ ପଲି ଟେକ୍ନିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଶିକ୍ଷାବିଭାଗର ବିଗତ ବର୍ଷର ଉପଲବଧି ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଲେଇଙ୍କ ଦ୍ୱାରା ନିୟୋଜନ ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା।