ବିପର୍ଯ୍ୟୟ ପରିଚାଳନା ଉପଲକ୍ଷେ ଜରୁରୀଶାଖା ଟେବୁଲ ଟପ ଏକ୍ସର୍ସାଇଜ ଏବଂ ମକଡ୍ରିଲ ବୈଠକ

youtube

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସର୍ ସାଇଜ ଏବଂ ମକଡ୍ରିଲ ବୈଠକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ ଟପ ଏକ୍ସରସାଇଜ ଏବଂ ଆସନ୍ତା କାଲି ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା l ବିଶେଷତ ବଜ୍ରପାତ ଜନିତ ଦୁର୍ଘଟନା ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ, ବିଷାକ୍ତ ସାପ କାମୁଡାରେ ତ୍ଵରିତ ପଦକ୍ଷେପ, ବନ୍ୟା ସମୟରେ ପୂର୍ବରୁ ଓ ପରେ ବିଭିନ୍ନ ବିଭାଗୀୟ ପଦକ୍ଷେପ,ଅଗ୍ନିଶମ,ପୋଲିସ,ସ୍ଵାସ୍ଥ୍ୟ,ତହସିଲଦାର, ବି ଡି ଓ, ଆର୍ ଏଣ୍ଡ ବି, ଆର୍ ଡି, ଶିକ୍ଷା ବିଭାଗ ର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।

ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଦାୟିତ୍ବବାନ ହେବା ସହ କିଭଳି ଧନ ଜନ କୁ ରକ୍ଷା କରିବାରେ ଉଚିତ ପରିଚାଳନା କରିବେ ଓ କତୃପକ୍ଷଙ୍କୁ ତତ୍ କ୍ଷଣାତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।କାଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ) ବିଶ୍ଵଜିତ ବର୍ମନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯଦୁମଣି ନାୟକ, ସମସ୍ତ ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର , ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନବରଙ୍ଗପୁର ଡ ଅଶୋକ କୁମାର କର୍ଣ୍ଣ, ଉମରକୋଟ ପୌରପାଳିକା ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡ ପ୍ରଶାନ୍ତ କୁମାର ସାମଲ, ଜିଲ୍ଲା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ପାତ୍ର, ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଏସ ଓ ତିରୁପତି ବାଲାଜୀ ସାହୁ,ଉପଖଣ୍ଡିୟ ଆରକ୍ଷୀ ଅଧିକ୍ଷକ ବିନୋଦ ଲାକ୍ରା, ଅବକାରୀ ଅଧିକ୍ଷକ ପ୍ରଭାସ କୁମାର ଦାସ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଅଗ୍ନିଶ୍ରମ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଏ ଡି ଏମ ଓ ( ପି ଏଚ୍) ଡ ମଳୟ କୁମାର ତ୍ରିପାଠୀ ଏବଂ ଡ ନବ କିଶୋର ବେହେରା, ସି ଏସ ଓ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l
ସେଭଳି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୧.୬.୨୦୨୫ ତାରିଖ ରେ ନୂତନ ମଣ୍ଡେଇ ପଡିଆ ରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର ପାତ୍ରଙ୍କ ସୁଚନା ଅନୁସାରେ ୨୧ ତାରିଖ ଦିନ ସକାଳ ୭.୦୦ ଘ ଠାରୁ ୮.୦୦ ଘ ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଜଣ ଭାଗ ନେବେ। ସହରର ସମସ୍ତ ସ୍କୁଲ୍ ଓ କଲେଜ ଛାତ୍ର ଛାତ୍ରୀ ,ସରକାରୀ କର୍ମଚାରୀ, ସ୍ବେଛାସେବୀ ଅନୁଷ୍ଠାନ ର ସଭ୍ୟ, ସହରର ବୁଦ୍ଧିଜୀବୀ,ଗଣ ମାଧ୍ୟମ ପ୍ରତିନିଧି,ଇଛୁକ ଜନ ସାଧାରଣ , ଜନ ପ୍ରତିନିଧି ସମସ୍ତେ ଏହି କାର୍ଯ୍ୟକ୍ରମ ରେ ଭାଗ ନେବାକୁ ଅନୁରୋଧ କରାଯିବ।

Leave A Reply

Your email address will not be published.