ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣା, ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଲେ କ୍ରାଇମବ୍ରାଞ୍ଚ ଟିମ

add-all

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣାରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଂଚି ଆଜି ତଦନ୍ତ କରିଛି।. ଟିକିନିଖି କରି ଯାଞ୍ଚ କରିଛନ୍ତି। କ୍ରାଇମବ୍ରାଞ୍ଚ ଆଇ. ଜି ଏସ. ସାଇନଙ୍କ ନେତୃତ୍ୱରେ ଏକ ଟିମ ପହଂଚି ଘଟଣାସ୍ଥଳର ପାଖାପାଖି ୩ଶହ ମିଟର ଭିତରେ ଘଟିଥିବା ଘଟଣାର ଯାଞ୍ଚ କରିଛନ୍ତି। ଯୁବତୀ ଜଣକ ସହ ପୁରୁଷ ବନ୍ଧୁ କେଉଁ ସ୍ଥାନରେ ବସିଥିଲେ, ୧୦ ଜଣ ଅଭିଯୁକ୍ତ କେଉଁଠି ପୁରୁଷ ବନ୍ଧୁଙ୍କୁ ଅଟକ ରଖିଥିଲେ…. ସେଠାରୁ ଯୁବତୀଙ୍କୁ କେତେ ଦୂର ନେଇ ଗଣ ଦୁଷ୍କର୍ମ କରିଲେ…? ଏ ତମାମ ବିଷୟ ଉପରେ ଟିକିନିଖି ତଦନ୍ତ କରିଥିଲେ କ୍ରାଇମ ବ୍ରାଞ୍ଚ ଟିମ। ତେବେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ କ୍ରାଇମବ୍ରାଞ୍ଚ ଆଇ. ଜି. ।

ad-week
Leave A Reply

Your email address will not be published.