
ବ୍ରହ୍ମପୁର ଏସପିଙ୍କୁ ଭେଟି ପୁଲିସ ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବାକୁ କଲେ ଦାବି
ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆଜି ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ସଙ୍ଗଠନ । ଆଜି ବହୁ ସଙ୍ଘଠନ ଏବଂ ରାଜନୈତିକ ଦଳ ପକ୍ଷରୁ ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ଜିଲ୍ଲା କଂଗ୍ରେସ ପୂର୍ବ ସଭାପତି ଦୀପକ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଟିମ ଏସପିଙ୍କୁ ଭେଟି ଘଟଣା ସମ୍ପର୍କରେ ରେ ଆଲୋଚନା କରିଥିଲେ, ଏବଂ ଖୁବ କମ ସମୟ ମଧ୍ୟରେ ପୋଲିସ ପଦକ୍ଷେପ ଗ୍ରହଣ କରି ସମସ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଏଥିପାଇଁ ଏସପିଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ପୋଲିସ ଜିଲ୍ଲାରେ ମହିଳା ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ଼ କରିବାକୁ କହିଥିଲେ।ସେହିପରି ନାରୀ ନ୍ୟାୟ ବାହିନୀ ର ରାଜ୍ୟ ଆବାହକ ଗାୟତ୍ରୀ ବିଶ୍ୱକଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ଏସପି ଙ୍କ ସହିତ ଆଲୋଚନା କରିଥିଲେ।ପରେ ଅଖିଳ ଭାରତ ଯୁବ, ଛାତ୍ର ଏବଂ ଉକ୍ତଳ ମହିଳା ସମିତିର ସଦସ୍ୟ ପହଞ୍ଚି ଏଡ଼ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହିତ ମୋହନ ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି, ତେଣୁ ନୈତିକତା ଦୃଷ୍ଟିରୁ ସରକାର ଇସ୍ତଫା ଦେବାକୁ ଦାବି କରିଥିଲେ।
ଅଖିଳ ଭାରତ ଛାତ୍ର ସଘଂ ର ରାଜ୍ୟ ସଭାନେତ୍ରୀ ସଙ୍ଗମିତ୍ରା ଜେନା ,ଏଆଇଓ୍ବାଇଏଫ୍ ଜାତୀୟ ସମ୍ପାଦକ ପ୍ରଦୀପ ସେଠି, ଅଖିଳ ଭାରତ ଯୁବ ସଙ୍ଗର ରାଜ୍ୟ ସମ୍ପାଦକ କଂ କାମଦେବ ନାହାକ,ଉତ୍କଳ ମହିଳା ସମିତିର ରାଜ୍ୟ ନେତ୍ରୀ ଭାନୁମନ୍ତି ରେଡ୍ଡୀ, ପୃବର୍ତନ ଛାତ୍ର ସଙ୍ଗର ରାଜ୍ୟ ସଭାପତି ନୀଳକଣ୍ଠ ଦାସ,ଯୁବ ସଙ୍ଘ ର ଜିଲ୍ଲା ସଭାପତି ସୁଶାନ୍ତ ସ୍ୱାଇଁ, ପ୍ରମୁଖ ନେତୃତ୍ୱ ନେଇଥିଲେ l