“ୱାନ ଷ୍ଟପ ସେଣ୍ଟର “ସଖି କାର୍ଯ୍ୟକ୍ରମ ର ଟାସ୍କ ଫୋର୍ସ କମିଟି ବୈଠକ…

youtube

ନବରଙ୍ଗପୁର ତା ୧୯-୦୬-୨୦୨୫: ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସଖି ୱାନ୍ ଷ୍ଟପ୍ ସେଣ୍ଟର ର ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍ ଜିଲ୍ଲା ସମାଜ କଲ୍ୟାଣ ଅଧିକାରି ଦୌପଦୀ କହଁର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ସୁରେଶ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟି ଅଧକ୍ଷା ଅଜନ୍ତା ଶୁଭଦର୍ଶନୀ , ଏଡି ପିଏଚ ଓ ଡ ମଳୟ ତ୍ରିପାଠୀ, ସୁରକ୍ଷା ଅଧିକାରି ରମା ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଏ ଡି ଡବ୍ଲୁ ଓ ଭରତ ଚନ୍ଦ୍ର ସାହୁ , ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂମୀୟ,ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ, ଶକ୍ତି ସଦନ ପରିଚାଳିକା ଗୀତାଞ୍ଜଳୀ ପାଣିଗ୍ରାହି, ନବରଙ୍ଗପୁର ଶକ୍ତି ସଦନ ପରିଚାଳିକା ମମତା ପରିଛା , ଜିଲ୍ଲାର ସମସ୍ତ ସି ଡି ପି ଓ, ସୁପର ଭାଇଜର କର୍ମକର୍ତ୍ତା ଅଙ୍ଗନ୍ ଟ୍ରଷ୍ଟ କର୍ମ କର୍ତ୍ତା ଶୋଭା କର୍ଡିନେଟର, ଚାଇଲଡ ଲାଇନ ଷ୍ଟାଫ ଉପସ୍ଥିତ ଥିଲେ ଏବଂ ଏଥିରେ ନିର୍ଯ୍ୟାତିତ ମହିଳା ଓ ବାଳିକା ମାନଙ୍କ ପ୍ରତି ହେଉଥିବା ହିଂସା ନିମନ୍ତେ ୱାନ ଷ୍ଟପ ସେଣ୍ଟରର ଭୂମିକା ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରାଗଲା । ୨୦୧୯ ମସିହା ରୁ ୨୦୨୫ ମସିହା ପଯ୍ୟନ୍ତ ୧୦୩୯ କେସ୍ ପଞ୍ଜିକରଣ ହୋଇଛି ସେଥି ମଧ୍ୟରୁ ଘରୋଇ ହିଂସା, ଯୌତୁକ ଜନିତ ହିଂସା , ନିଖୋଜ, ଅପହରଣ , ବଳାତ୍କାର , ସାଇବର କ୍ରାଇମ ବାଲ୍ୟବିବାହ , ଡାହାଣୀ ଶିକାର, ଶିଶୁ ଯୌନ ଶୋଷଣ, ମହିଳା ଚାଲାଣ , କର୍ମ କ୍ଷେତ୍ରରେ ଯୌନ ନୀର୍ଯ୍ୟତନା ସମସ୍ତ କେସ ଏଥିରେ ଅନ୍ତଭୁକ୍ତ ଅଟେ। ସେଥିରୁ ୧୯୩୮କେସ ପଞ୍ଜିକରଣ ହୋଇଥିବା ବେଳେ ୯୯୦ ସଫଳତା ପାଇଛି ମନାସତାତ୍ୱିକ, ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନ ସହାୟତା, ଆଶ୍ରୟ ଦିଆଯିବାରେ ସଫଳ ହୋଇଛି ବୋଲି କେନ୍ଦ୍ର ପରିଚଳିକା ରଞ୍ଜିତା ସାହୁ ଦର୍ଶାଇ ଥିଲେ । ପଲ୍ଲୀ ସଭା , ଗ୍ରାମ ସଭା, ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମରେ ସଖି କେନ୍ଦ୍ରକୁ ଡାକିବା ପାଇ ତଥା କାନ୍ଥରେ ଲିପିବଦ୍ଧ କରିବା ପାଇଁ ଆଇନ ପରାମର୍ଶ ଦାତ୍ରୀ କିଶୋରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ମରଣିକା ପଟ୍ଟନାୟକ ପିନି ଖୋସଲା, ଦାମିନୀ ବାଳା ନାୟକ, ଜସ୍ମିନ ସିଂ, ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ସ୍ଵର୍ଣ୍ଣଲତା ବେନିଆ ସଂଯୋଜନା କରିଥିଲେ ଶେଷରେ ନନ୍ଦାହାଣ୍ଡି ସି ଡି ପି ଓ ସସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.