ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

add-all

ହିଞ୍ଜିଳିକାଟୁ : ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା (୨୭/୬) ଶୁକ୍ରବାର ଠାରୁ ଆରମ୍ଭ ହୋଇ(୫/୭)ଶନିଵାର ହିଞ୍ଜିଳିକାଟୁ ରେ ହେବାକୁ ଥିବା ଘୋଷ ଯାତ୍ରାର ଉପଲକ୍ଷେ ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ ବୈଠକରେ ଅଧକ୍ଷତା କରିଥିଲେ। ଆସନ୍ତା ଶ୍ରୀଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ହିଞ୍ଜିଳିକାଟୁ ପୌରପରିଷଦ ର ପାବନ ଶ୍ରୀକ୍ଷେତ୍ର,ରାଜବାଟି ଜଗନ୍ନାଥ ମନ୍ଦିର ଓ ପାଟଣା ସାହି ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଶାନ୍ତି ଓ ଶୃଙ୍ଖଳା ସହ ପରିଚାଳିତ ହେବ ସେ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଚଳିତ ବର୍ଷ ମହାପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ରାସ୍ତା ମରାମତି, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି।

ଏଥି ସହିତ ଆସନ୍ତା ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରାକୁ କିପରି ସରସ ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପାଇଁ ପ୍ୟୈରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂରଜ ବେହେରା, ତହସିଲଦାର ତପନ କୁମାର ମହାପାତ୍ର, ହିଞ୍ଜିଳିକାଟୁ ବିଡ଼ିଓ ଶୁଶ୍ରୀ ସାଗରିକା ସାରଙ୍ଗୀ ,ବୈଠକରେ ଜିଲ୍ଲା ପ୍ରତିନିଧି ବିରୋଧୀ ଦଳ ନେତା ଦେବାନନ୍ଦ ମହାପାତ୍ର, ପାବନ ଶ୍ରୀକ୍ଷେତ୍ର ପ୍ରଶାସକ ନିର୍ମଳ ମିଶ୍ର,ସେବାଧିପତି, ଅବକାରୀ ବିଭାଗ ଅଧିକାରୀ ସୁମିତ୍ରା ଵିଶି, ଅଗ୍ନିଶମ ବାହିନୀର ପ୍ରଦିପ୍ତ କୁମାର ସ୍ୱାଇଁ, ହିଞ୍ଜିଳିକାଟୁ ପୌରପରିଷଦ ସହକାରୀ ଯନ୍ତ୍ରୀ ମୁକେଶ ପ୍ରଧାନ, ଯନ୍ତ୍ରୀ ମାନସ ରଞ୍ଜନ ଦାଶ, କାଉନସିଲର ଵସନ୍ତ ବେହେରା, ନୃସିଂହ ପ୍ରସାଦ ପଟ୍ଟନାୟକ,ଙ୍କ ସହ ସମସ୍ତ ଲାଇନ ଅଧିକାରୀ,ଉପସ୍ଥିତ ରହି ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.