ଗଞ୍ଜାମ ପତଞ୍ଜଳି ଯୋଗ ସମିତିର ୧୧ତମ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ…

youtube

ବ୍ରହ୍ମପୁର : ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ମଧ୍ୟ ରେ ଯୋଗ ଗୁରୁ ସ୍ବାମୀ ରାମଦେବ ଙ୍କ ମାର୍ଗ ଦର୍ଶନ କ୍ରମେ ଗଞ୍ଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତି ମୁଖ୍ୟ ପ୍ରଭାରୀ ଡ଼ା କିରଣ କୁମାର ପାଣିଗ୍ରାହୀ ଓ ଯୁବ ପ୍ରଭାରୀ ବରୁଣ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ପାଳିତ ହେଲା 11ତମ ଆନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସହ ଯଜ୍ଞ ର ଆୟୋଜନ ଏକ ଆଧ୍ୟାତ୍ମିକ ପରିବେଶ ର ଚିତ୍ର ପରିଲକ୍ଷିତ ହେଇଥିଲା । “ଏକ ପୃଥିବୀ ଏବଂ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ”ର ଥିମ୍ ସହ ପାଳିତ ହେଲା ଶିକ୍ଷା କେନ୍ଦ୍ର ମଧ୍ୟରେ ଯୋଗ ଦିବସ । ସ୍କୁଲର ମୁଖ୍ୟ ବଜରଙ୍ଗଲାଲ ଚୌଧୁରିଙ୍କ ସହଯୋଗ କ୍ରମେ ଏକ ଭବ୍ୟ ଯୋଗ ଶିବିର ର ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି ରୂପେ ରୋଟାରୀ କ୍ଲବ ଗଭର୍ଣ୍ଣର ଯଜ୍ଞସିସ ମହାପାତ୍ର ଓ ମୁଖ୍ୟ ବକ୍ତା ରୂପେ ପତାଞ୍ଜଳି ରାଜ୍ୟ ମହିଳା ପ୍ରଭାରୀ ଶ୍ରୀମତୀ ନିବେଦିତା ପତି ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ। ତାତ୍ସହିତ ପତାଞ୍ଜଳୀ ରାଜ୍ୟ ଲିଗାଲ ସେଲ ମୁଖ୍ୟ ଡ଼ା ଦେବରାଜ ପାଣିଗ୍ରାହି, ଗଞ୍ଜାମ ଜିଲ୍ଲା ର ଭାରତ ସ୍ୱାଭିମାନ ପ୍ରଭାରୀ ଶିଶିର ଦାସ, ମହିଳା ପ୍ରଭାରୀ ତପସ୍ଵିନୀ ମିଶ୍ର, ବ୍ରହ୍ମପୁର ରୋଟାରୀ ପ୍ରେସିଡେଣ୍ଟ ଶ୍ରୀ ତରୁଣ କୁମାର, ଭି. ସନ୍ତୋଷ, ଗଞ୍ଜାମ ଚାଟାର୍ଡ ଆକାଉଣ୍ଟଟେଣ୍ଡ ଆସୋସିଆସନ୍ ମୁଖ୍ୟ ଶ୍ରୀ ବି.କେ. ପାତ୍ର ସହ ସ୍କୁଲ ପ୍ରିନ୍ସିପଲ୍ ଶ୍ରୀ ପ୍ରଦୀପ୍ତ ପାଣିଗ୍ରାହୀ ମହୋଦୟ ମଞ୍ଚାସିନ ଥିଲେ। ଯୋଗୀ ଯୋଗାନନ୍ଦ ସରସ୍ଵତୀ, ଯୋଗ ଗୁରୁ ଲିପକ୍ ଆର୍ୟ ଏବଂ ପ୍ରସନ୍ନ ପୁରୋହିତ ଙ୍କ ଉପସ୍ଥିତ କ୍ରମେ ଯଜ୍ଞ ବିଧି ସମାପନ ହୋଇଥିଲା। ପତଞ୍ଜଳୀ ମହିଳା ସଦସ୍ୟା ସୋନି ପଟ୍ଟନାୟକ ଙ୍କ ସୂପୁତ୍ରି ତଥା ଜାତୀୟ ସ୍ତର ର ଶିଶୁ ଯୋଗ ଛାତ୍ର ସୋଫିଆ ସାମନ୍ତରାୟ ଓ ଓଁକାର ପ୍ରସାଦ ଏକ ସୁନ୍ଦର ଯୋଗ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସ୍କୁଲ ର 500 ରୁ ଅଧିକ ଛାତ୍ର ଛାତ୍ରୀ ସମେତ 30 ରୁ ଉର୍ଦ୍ଧ ଶିକ୍ଷକ ଓ ବିଭିନ୍ନ ସଙ୍ଗଠନ ର 50 ରୁ ଉର୍ଦ୍ଧ ସଦସ୍ୟ ଗଣ ମିଳିତ ରୂପେ ଯୋଗ କରିଥିଲେ। ପରିଶେଷ ରେ ଧନ୍ୟବାଦ୍ ଅର୍ପଣ ସହ ଯୋଗ ର ପ୍ରଚାର ପ୍ରସାର ନିମନ୍ତେ ଯୋଗ ସମିତି ଓ ଯୁବ ଭାରତ ର ମୁଖ୍ୟ ଡ଼ା କିରଣ କୁମାର ପାଣିଗ୍ରାହୀ ଓ ବରୁଣ କୁମାର ପାଣିଗ୍ରାହୀ ଙ୍କ ସହ ବିଭିନ୍ନ କାର୍ଯ୍ୟକର୍ତ୍ତା ଙ୍କୁ ସ୍କୁଲ ଏବଂ ରୋଟାରୀ କ୍ଳବ୍ ତରଫ ରୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.