ପର୍ଯ୍ୟଟନସ୍ଥଳୀର ବିକାଶ, ଚାରାରୋପଣ ଓ ବନସୁରକ୍ଷା ପ୍ରତି ଗୁରୁତ୍ୱ ଦେଵାକୁ ମତ ରଖିଲେ ନୂତନ ଖଣ୍ଡିୟ ବନ ଅଧିକାରୀ

add-all

ମାଲକାନଗିରି : ମାଲକାନଗିରିରେ ନୂତନ ଖଣ୍ଡୀୟ ବନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ସାଇ କିରଣ ଡି.ଏନ। ସେ ପୂର୍ବରୁ ଶିମିଳିପାଳରେ କାର୍ଯ୍ୟରତ ଥିଲେ। ଜିଲ୍ଲାରେ ତାଙ୍କର କାର୍ଯ୍ୟରେ ଯୋଗଦାନ ପରେ ଆଜି ଜିଲ୍ଲା ବନବିଭାଗ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସେ ପ୍ରକାଶ କରିଛନ୍ତି ପର୍ଯ୍ୟଟନସ୍ଥଳୀ ର ବିକାଶ,ଚାରାରୋପଣ ଓ ବନସୁରକ୍ଷା ପ୍ରତିଗୁରୁତ୍ୱ ଦେଵା ସହ ପୋଡୁ ଚାଷ, ବନାଗ୍ନି ଓ ଚୋରା କାଠ ବ୍ୟବସାୟୀ ଙ୍କୁ କିପରି ରୋକାଯିବ ସେଥି ପ୍ରତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।ସବୁଜ ସୁନ୍ଦର ମାଲକାନଗିରି ଜିଲ୍ଲାରେ ଅନେକ ପ୍ରକୃତିକ ସମ୍ପଦ ଓ ପର୍ଯ୍ୟଟନସ୍ଥଳୀ ଭାରି ରହିଥିବା ବେଳେ ଏଗୁଡିକର ସୁରକ୍ଷା ଓ ବିକାଶ ଦିଗରେ ସେ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସର ରେ ସହକାରୀ ବନସଂରକ୍ଷକ ମୁନ ସୁନ ଖେମୁଣ୍ଡୁ, ଏସିଏଫ ପ୍ରିୟଙ୍କା ମହୁକା,ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରମୁଖ ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.