ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମିଭି୭୯ ଥାନା ଅନ୍ତର୍ଗତ ତାଣ୍ଡବାଇ ଗ୍ରାମର ଶିଙ୍ଗେ ସୋନ୍ଧି (୩୦) ନାମକ ମହିଳା ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ତାଣ୍ଡବାଇ ଗ୍ରାମ ନିକଟସ୍ଥ ପୋଖରୀରେ ଶିଙ୍ଗେ ଲୁଗାପଟା ଏବଂ ବାସନ ଧୋଇବାକୁ ଯାଇଥିଲେ, କିନ୍ତୁ ଘରକୁ ଆସିବା ବିଳମ୍ବ ହେବାରୁ ସ୍ୱାମୀ ଓ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ପୋଖରୀରେ ଶିଙ୍ଗେଙ୍କ ଶରୀର ଭାସୁଥିବାର ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ସରପଞ୍ଚକୁ ଏବଂ ଏମିଭି୭୯ ଥାନାକୁ ଜଣେଇ ଥିଲେ। ଘଟଣା ସ୍ଥଳରେ ପୁଲିସ ପହଂଚି ଶବ ଜବତ ସହ ତଦନ୍ତ କରି ଶବକୁ ବ୍ୟବଛେଦ ପାଇଁ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥାନାରେ ୧୦/୨୫ ରେ ଏକ ଅପମୃତ୍ୟ ମାମଲା ରୁଜୁ କରିଛି।

ad-week
Leave A Reply

Your email address will not be published.