ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲା ଇରାନ

add-all

ତେହେରାନ : ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ପାଇଁ ଗୁପ୍ତଚର କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣଙ୍କୁ ଆଜି ଇରାନ ମୃତ୍ୟୁଦଣ୍ଡ ଦେଇଛି। ଜୁନ୍ ୧୪ ଏବଂ ଜୁନ୍ ୨୩ ତାରିଖରେ ମଧ୍ୟ ସମାନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସଂଘର୍ଷ ସମୟରେ ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହରେ ଇରାନରେ ୭୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନୀ ଗୁପ୍ତଚର ଏବଂ ସୁରକ୍ଷା ବାହିନୀ ଅଧିକାଂଶ ଗିରଫଦାରୀ କେରମାନଶାହ, ଇସଫାହାନ, ଖୁଜେସ୍ତାନ, ଫାର୍ସ ଏବଂ ଲୋରେସ୍ତାନ ପ୍ରଦେଶରେ କରିଥିଲେ। ସାମରିକ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ଅଭିଯୋଗ କରି ଜୁନ୍ ୧୩ ତାରିଖରେ ଇସ୍ରାଏଲ, ଇରାନ ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିବା ପରେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଆହୁରି ଖରାପ ହୋଇଥିଲା। ଇସ୍ରାଏଲ ଭିତରେ ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ତେହେରାନ ‘ଅପରେସନ୍ ଟ୍ରୁ ପ୍ରମିଜ୍ ୩’ ଆରମ୍ଭ କରି ପ୍ରତିଶୋଧ ନେଇଥିଲା। ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହେବା ପରେ ସଂଘର୍ଷ ବନ୍ଦ ରହିଛି।

ad-week
Leave A Reply

Your email address will not be published.