
ବ୍ରହ୍ମପୁର : ଏମକେସିଜି ମେଡିକାଲ ଖେଳପଡିଆ ନିକଟରେ ରହିଥିବା ଏକ ଡ୍ରେନରେ ଜଣେ ବ୍ୟକ୍ତି ଭାସୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମେଡିକାଲ କଲେଜ ଖେଳପଡିଆ ନିକଟରେ ବଡ଼ ନାଳ ରହିଥିବା ବେଳେ ମୁକୁଳା ଡ୍ରେନରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କାରଣ ଡ୍ରେନରେ ବ୍ୟକ୍ତି ଜଣକ ଭାସି ଭାସି ଆସୁଥିବା ବେଳେ ତାଙ୍କ ସହ ଏକ ସ୍କୁଟି ମଧ୍ୟ ଭାସି ଆସିଥିଲା । ସ୍ଥାନୀୟ ଲୋକେ ଡ୍ରେନକୁ ଓହ୍ଲାଇ ତାଙ୍କୁ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଲେ ଖାରବେଳ ନଗରର ମହେନ୍ଦ୍ର ପାଣିଗ୍ରାହୀ । ମହେନ୍ଦ୍ର ଏସଏମଆଇଟିରେ ଜଣେ ଶିକ୍ଷକ ରହିଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଅଟୋ ଯୋଗେ ମେଡିକାଲକୁ ଅଣାଯାଇଥିବା ବେଳେ ଏମକେସିଜି ମେଡିକାଲର ଡାକ୍ତର ମାନେ ମଧ୍ୟ ସଠିକ ସମୟରେ ତାଙ୍କୁ ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ତଥା ଉଦ୍ଧାର କରିଥିବା ଲୋକେ।