ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ନବଯୌବନ ଦର୍ଶନ

add-all

ଆଠଗଡ଼ : ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୫ ଦିନ ପରେ ଅଣସର ଘରୁ ବାହାରିଥିବା ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଏହି ଅପରୂପ ବେଶରେ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁସାରେ ସ୍ନାନପୂର୍ଣ୍ଣିମାଠାରୁ ଅଣସର ଘରେ ଜ୍ୱରରେ ପୀଢିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ନବଯୌବନ ଦର୍ଶନ ପାରମ୍ପରିକ ରୀତିନୀତି ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ସଂପନ୍ନ ହୋଇଥିଲା।

ପ୍ରତ୍ୟୁଷରେ ଦ୍ୱାରପିଟା ପରେ ପଟ୍ଟିଦିଅଁ ବିସର୍ଜନ କରାଯାଇଥିଲା। ପଣା ସମର୍ପଣ, ବିମ୍ବସ୍ନାନ, ତଡପଲାଗି, ସର୍ବାଙ୍ଗ, ବେଶ, ଷୋଡଶ ଉପଚାରରେ ବାଳଭୋଗ ଲାଗି ସହିତ ପୂଜା ଆଳତୀ ପରେ ନବଯୌବନ ଦର୍ଶନ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାଯାଇଥିଲା। ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କର ଅପରୂପ ନବଯୌବନ ଦର୍ଶନ କରି ବିଭୋର ହୋଇଯାଇଥିଲେ । ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସେବାୟତମାନେ ଶ୍ରୀ ଜୀଉଙ୍କର ସମସ୍ତ ପୂଜାନୀତି ସମ୍ପାଦନରେ ସହଯୋଗ କରିଥିଲେ । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.