ଗାନ୍ଧୀ ନଗର ଛକରେ ବଢୁଛି ଦୁର୍ଘଟଣା : ହମ୍ପସ୍ ନିର୍ମାଣ କରାଯାଉ – କାହ୍ନୁ ପତି

youtube

ବ୍ରହ୍ମପୁର, ୨୬/୬ : ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଗାନ୍ଧୀନଗର ଛକ । ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ଗାଡ଼ି ଚାଳକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । କିନ୍ତୁ ଏହି ପ୍ରମୁଖ ଛକ ଏବେ ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଏଠି ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ଅନେକ ଲୋକ ଆହତ ହେଉଥିବା ନଜରକୁ ଆସୁଛି । ଉକ୍ତ ଛକରୁ ଚାରିପଟକୁ ରାସ୍ତା ରହିଛି । ଦ୍ରୁତ ଗତିରେ ଗାଡ଼ି ଚାଳକ ମାନେ ଯେ କୌଣସି ସମୟରେ ଆସୁଥିବାରୁ ପରସ୍ପର ଧକ୍କା ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ଛକରେ ସକାଳ ଓ ସନ୍ଧ୍ୟା ସମୟରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ସେହିପରି ଉକ୍ତ ଅଞ୍ଚଳରେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ରହିଛି । ସ୍କୁଲ,କଲେଜ ଯିବା ପାଇଁ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି କିନ୍ତୁ ଗାଡ଼ି ତ ଦୂରର କଥା ଚାଲିକି ଯିବାକୁ ମଧ୍ୟ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ଉଚିତ୍ ମନେ କରୁନାହାନ୍ତି । ତେଣୁ ତୁରନ୍ତ ମହାନଗର ନିଗମ ଏଥି ପ୍ରତି ଦୃଷ୍ଟି ଦେଇ ଏହି ଛକରେ ହମ୍ପସ୍ ନିର୍ମାଣ କରିବାକୁ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଦାବୀ କରିଛନ୍ତି । ଯାହା ଫଳରେ ଛକରେ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇବା ସହ ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ୍ ଲଗାଯାଇ ପାରିବ ବୋଲି ଶ୍ରୀ ପତି କହିଛନ୍ତି ।

Leave A Reply

Your email address will not be published.