ହାତୀ ମୃତ୍ୟୁ ଗୁଜବ : ଫାର୍ମ ହାଉସରେ ପଶି ଜିନିଷପତ୍ର ଫୋପଡ଼ିଲେ ହାତୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କେନାଲ ଛକ ନିକଟ ଏକ ଘରୋଇ ଫାର୍ମ ହାଉସ ପରିସରରେ ହାତୀଟିଏ ରହିଥିବା ଖବର ପାଇ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ବନ କର୍ମଚାରୀ ମାନେ ଥିବା ସମୟରେ ହାତୀଟିଏ ମରିଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ଏହି ଫାର୍ମ ହାଉସ କୁ ଆସିଥିଲେ। ବନ କର୍ମଚାରୀ ମାନେ ସେମାନଙ୍କୁ ଅଟକାଇଥିବା ବେଳେ ଦୂରରେ ସୋଇଥିବା ହାତୀ କୋଳାହଳ ଶୁଣି ବିରକ୍ତି ହୋଇ ଘଟଣାସ୍ଥଳ ଛାଡ଼ି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ତେବେ ହାତୀ ମୃତ୍ୟୁବରଣ କରିଥିବା ଖବର ଏପରି ବ୍ୟାପି ଯାଇଥିଲାଯେ, ସ୍ଥାନୀୟ ଲୋକେ ମୃତ ହାତୀକୁ ଦେଖିବାକୁ ଗହଳି କରିଥିଲେ ।

ସୂଚନା ଅନୁଯାୟୀ ଗତ ରାତିରେ ହାତୀ ଏହି ଫାର୍ମ ହାଉସରେ ପଶି ବିଭିନ୍ନ ଗଛଲତା ଗୁଡିକୁ ନଷ୍ଟ କରିଥିଲେ ଏବଂ ଘରୁ ଶୁଣ୍ଢରେ ବିଭିନ୍ନ ଜିନିଷ ଆଣି ବାହାରେ ଫୋପାଡିଲେ । ତେବେ ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ରାତିରେ ଫାର୍ମ ହାଉସରେ ଥିବା ହାତୀ ଏବେ ଜଙ୍ଗଲରେ ଅଛନ୍ତି ।ହାତୀ ସୁରକ୍ଷା ବଳ ଏବଂ ପରେଷ୍ଟର ମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

ad-week
Leave A Reply

Your email address will not be published.