ନୟାଗଡ଼: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଶୃଙ୍ଖଳା ଦୃଷ୍ଟିରୁ ଅଧ୍ୟକ୍ଷା ନେଇଥିବା ପଦକ୍ଷେପକୁ ନେଇ ଛାତ୍ରୀ ମାନଙ୍କ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷା କରିଥିବା ନିୟମକୁ ଛାତ୍ରୀମାନେ ବିରୋଧ କରିବା ସହିତ ଛାତ୍ରୀ ଓ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମହାବିଦ୍ୟାଳୟରେ କ୍ଲାସ ଆରମ୍ଭ ହେବା ପରେ ମୁଖ୍ୟ ଫାଟକରେ ତାଲା ପକାଯାଉଛି ।ଫଳରେ ବିଳମ୍ବରେ ଆସୁଥିବା ଛାତ୍ରୀମାନେ ଭିତରକୁ ଯାଇପାରୁନାହାନ୍ତି ତେଣୁ ସେମାନଙ୍କର ପାଠପଢ଼ା ବ୍ୟାହତ ହେଉଛି ।ଏହାକୁ ନେଇ ଆଜି ଚାପା ଉତ୍ତେଜନା ପ୍ରକାଶ ପାଇବ ସହିତ ଏଭଳି ଅଜବ ନିୟମକୁ ବିରୋଧ କରି ଛାତ୍ରୀମାନେ ଉଚ୍ଚ କତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ +୨ ଏବଂ +୩ ପଢୁଥିବା ଛତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଗେଟ୍ ଖୋଲା ଯାଉନାହିଁ , ଗେଟ୍ ବାହାରେ ଠିଆ କରାଯାଉଛି ।ଏପରିକି ସେଦିନ କଲେଜରେ ପାଠ ପଢ଼ିବାକୁ ସୁଯୋଗ ଦିଆଯାଉ ନାହିଁ। ମାତ୍ର କଲେଜ କତୃପକ୍ଷଙ୍କ କହିବା କଥା ଠିକ୍ ସମୟରେ କଲେଜ ଆସିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।ତେଣୁ ପିଲାମାନଙ୍କ ଶୃଙ୍ଖଳା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି । ଏହାଦ୍ବାରା ଦୂରସ୍ଥାନରୁ ସାଇକେଲରେ ଆସୁଥିବା ଛାତ୍ରୀମାନେ ହଇରାଣ ହେଉଛନ୍ତି ।
ସେହିପରି କଲେଜରେ ଶୌଚାଳୟ, ପିଇବା ପାଣି ଏବଂ କ୍ୟାଣ୍ଟିନ୍ ସମସ୍ୟା ଲାଗି ରହିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।କଲେଜରେ ୧୫୦୦ ପିଲାଙ୍କ ପାଇଁ ମାତ୍ର ୧୩ଟି ଶୌଚାଳୟ ରହିଥିବା ବେଳେ ଏଗୁଡ଼ିକୁ ଠିକ୍ ଭାବରେ ସଫା କରାଯାଉନାହିଁ ।ଏହାକୁ କଲେଜ କତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି।କଲେଜ ଅଧ୍ୟକ୍ଷା ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଛାତ୍ରୀଙ୍କ ସମସ୍ୟା ଓ ଅଭିଯୋଗକୁ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି।
