ଶାସକ ଦଳର କିଛି ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ଼ ଏବେ ମହଙ୍ଗା ପଡ଼ିବ …!

add-all

ଭୁବନେଶ୍ୱର: ପରିବର୍ତ୍ତନର ସ୍ବର ଓ ବିଜେଡ଼ିର ଆତ୍ମ ବିଶ୍ୱାସ ଯୋଗୁଁ ରାଜ୍ୟରେ ପ୍ରଥମ ଥର ବିଜେପି ସିଂହାସନ ରେ ବସିବାକୁ ସମର୍ଥ ହେଲା। ବିଜେପି ସିଂହାସନ ରେ ବସିବାର ଏକ ବର୍ଷ ବିତିଲା। ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶାକୁ ଆସି ଫେରି ଯାଇଛନ୍ତି। ରାଜ୍ୟର ନୂଆ ସଭାପତି କିଏ ହେବେ ଓ ରିପୋର୍ଟ କାର୍ଡ଼ ରେ କେଉଁ କେଉଁ ମନ୍ତ୍ରୀଙ୍କ ଚୌକି ଟଳମଳ ହେବାର ସମ୍ଭାବନା ରହୁଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯେଉଁ ଆଶା ବିଶ୍ୱାସ ରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ର ଶାସନ ଭାର ଦାୟିତ୍ୱ ଯାହା ଯାହାକୁ ଦେଇଥିଲେ। ଏକ ବର୍ଷ ପରେ ତାହାର ରିପୋର୍ଟ କାର୍ଡ଼ ରେ କିଏ ପାସ କିଏ ଫେଲ ସ୍ୱଳ୍ପ ଦିନ ମଧ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ବେଳେ ଦେଖିବାକୁ ମିଳିବାର ଆଭାସ ମିଳିଥିବା ଚର୍ଚ୍ଚା ହେଉଛି। ଡ଼ବଲ ଇଞ୍ଜିନି ସରକାର ଓଡିଶା ରେ କେବଳ ରଙ୍ଗ ବଦେଲେଇବା ଓ ପୂର୍ବ ସରକାର ଙ୍କ ଯୋଜନା ର ନାଁ ବଦେଳେଇଇବା ରେ ସୀମିତ ସାଙ୍ଗକୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ଶାସକ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଉଛି। ନୂତନ ସରକାର ଆସୁ ଆସୁ ଦରଦାମ ବୃଦ୍ଧି ଗରିବ ଆଳୁ ଦରରେ ଲଗାମ ଛଡା ହେବା ନେତାଙ୍କ ମନମାନି ଯୋଗୁଁ ଆଜି ପୁଣି ପୂର୍ବ ସରକାରଙ୍କ ଗୁଣ ଗାନ ହେଉଥିବା ରିପୋର୍ଟ କାର୍ଡ଼ କେନ୍ଦ୍ରରେ ଗୁଞ୍ଜରଣ ହେଉଥିବା ଜୋର ଦାର ଚର୍ଚ୍ଚା ହେଉଛି।ଶାସକ ଦଳରେ ଅଧିକାଂଶ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସହଯୋଗ ରହୁନାହିଁ। ସରକାର ଙ୍କ ଯୋଜନା କେଵେଳ କାଗଜ କଲମରେ ସୀମିତ ସାଙ୍ଗକୁ ବାବୁ ମାନେ ପ୍ରଚାର ପ୍ରସାରରେ ସହଯୋଗ କରୁନଥିବା ଆଲୋଚନା ହେଉଛି। ଏଥି ଯୋଗୁଁ ରିପୋର୍ଟ କାର୍ଡ଼ ନେତାଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ନିଦ ହଜେଇ ଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.